ଭାରତ

ଶ୍ରୀନଗର ବିମାନ ବନ୍ଦରରେ ଗୁଲାମଙ୍କୁ ଅଟକ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗୁରୁବାର ଦିନ ଶ୍ରୀନଗର ବିମାନ ବନ୍ଦରରେ କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ନେତା ଗୁଲାମ ନବି ଆଜାଦଙ୍କୁ ଅଟକ ରଖାଯାଇଛି। ତାଙ୍କ ସହ ଅଛନ୍ତି ଜାମ୍ମୁ ଓ କଂଗ୍ରେସର ମୁଖ୍ୟ ଗୁଲାମ ଅହମ୍ମଦ ମିର । ଧାରା ୩୭୦ ଉଚ୍ଛେଦ ପରେ ଆଜାଦ ଶ୍ରୀନଗର ଯାଉଥିବା ବେଳେ ତାଙ୍କୁ ଅଟକ ରାଖାଯାଇଛି । କାଶ୍ମୀରରେ ଧାରା ୩୭୦କୁ ନେଇ ହିଂସା ଆଶଙ୍କା ଥିବାରୁ ସେଠାରେ ବିରୋଧୀ ନେତାକୁ ଗୃହବନ୍ଦୀ ବା ଗିରଫ କରାଯାଇଛି । ଏପରି ସମୟରେ ସେଠାରେ ଆଜଦଙ୍କ ଉପସ୍ଥିତି ଓ ସେ ଧାରା ୩୭୦ ବିରୋଧରେ ବୟାନ ଦେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଗିରଫ କରାଯାଇଛି ।
ଶ୍ରୀନଗରକୁ ଯିବା ପୂର୍ବରୁ ଆଜାଦ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ କଶ୍ମୀରର ଶୋପିଆଁ ଜିଲ୍ଲାରେ ସ୍ଥାନୀୟ ଅଧିବାସୀଙ୍କ ସହ କଥାବାର୍ତ୍ତା କରୁଥିବାର ଫଟୋ ଓ ଭିଡିଓ ସଂକ୍ରାନ୍ତରେ ବିବୃତି ଦେଇ କହିଥିଲେ ଅର୍ଥ ବଳରେ ସବୁ କିଣି ହୁଏ।
ସୂଚନାଯୋଗ୍ୟ, ଡୋଭାଲ୍‌ ବୁଧବାର କାଶ୍ମୀର ସ୍ଥିତି ଅନୁଧ୍ୟାନ କରିବା ଅବସରରେ ସ୍ଥାନୀୟ ଲୋକମାନଙ୍କ ସହ ଗପସପ କରିଥିଲେ ଓ ଫୁଟ୍‌ପାଥ୍‌ କଡ଼ରେ ଖାଦ୍ୟ କିଣି ଖାଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହା ଉପରେ ଆଜାଦ ଟିପ୍ପଣୀ ଦେଇଥିଲେ ।

Related posts

ଉନ୍ନାଓ ପିଡିତାଙ୍କ ମୁଖରେ ପିଡା

Report

ପାକର ଚିନ୍ତା ଭିତ୍ତିହୀନ

Report

ଅନୁପ ସିଂହ ହେଲେ ଏନଏସଜି ମହାନିର୍ଦ୍ଦେଶକ

Report

Leave a Comment