ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବନ୍ଧୁକ ଆତଙ୍କ

0

ଭୁବନେଶ୍ୱର : ସୋମ ବାର ରାତି ପ୍ରାୟ ଦଶଟା ସମୟରେ ହଠାତ ସ୍ଥାନୀୟ “ମୋ ବସ “ପରିସରରେ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା।ଘଟଣା କଣ ବୁଝିଲା ବେଳକୁ ଜଣା ପଡିଲା ଯେ,ପାଞ୍ଚ ଛଅ ଜଣ ଅସାମାଜିକ ଯୁବକ ଟର୍ମିନାଲ ପରିସରରେ ଥିବା “ଆହାର କେନ୍ଦ୍ର” ପାଖରେ ଏକ ଅନ୍ଧାରୁଆ ସ୍ଥାନରେ ମଦ୍ୟପାନ କରୁଥିଲେ।ହଠାତ କୌଣସି କାରଣରୁ ନିଜ ନିଜ ମଧ୍ୟରେ ମାର ପିଟ ଆରମ୍ବ ହୋଇଯାଇଥିଲା।ପରସ୍ପର ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରୁ ସେଠାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।ଖବର ପାଇ ସ୍ଥାନୀୟ ଆରକ୍ଷୀ ସହାୟତା କେନ୍ଦ୍ର ଅଧିକାରୀ ନିରଞ୍ଜନ ନାୟକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତକୁ ଆଣିବାକୁ ଉଦ୍ୟମ କଲାବେଳେ ସମ୍ପୃକ୍ତ ଅସାମାଜିକ ଯୁବକ ମାନଙ୍କ ମଧ୍ୟରୁ ଚାରି ପାଞ୍ଚ ଜଣ ଅନ୍ଧାରର ସୁଯୋଗ ନେଇ ହୋଟେଲ ଏକ୍ସଲେନ୍ସି ସମ୍ମୁଖ ରାସ୍ତାରେ ଷ୍ଟେସନ ଆଡେ ଖସି ଯାଇଥିଲେ।ଫାଣ୍ଡି ଓ ଫାଣ୍ଡିର କର୍ମଚାରୀ ମାନେ ଜଣକୁ କବ୍ଜା କୁ ନେବାକୁ ଉଦ୍ୟମ କଲାବେଳେ ଉକ୍ତ ଯୁବକ ଜଣକ ମୋ ଘର ସୁନ୍ଦର ପଦା, “ମୋ ଅଣ୍ଟାରେ ବନ୍ଧୁକ ଅଛି” କହି ପୋଲିସକୁ ଭୟଭୀତ କରି ଥିଲା। ମାତ୍ର ଫାଣ୍ଡି ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ କୌଶଳ କ୍ରମେ ତାକୁ କବ୍ଜା କୁ ଆଣିଥିଲେ।ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିଯେ ,ସେହି ସମୟରେ ଜୈନକ ଅପରଚିତ ବ୍ୟକ୍ତି ସେଠାରେ ପହଂଛି ଉକ୍ତ ଅସାମାଜିକ ଯୁବକ କୁ କାହିଁକି ମାଡ଼ ମାରିଲ ଅଭିଯୋଗ କରି ପୋଲିସ ସହ ଯୁକ୍ତିତର୍କ କରି ପୋଲିସ ର ମନୋବଳ ଭାଙ୍ଗିବାକୁ ଉଦ୍ୟମ କରିଥିଲେ।