ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମହିଳା ମାଓବାଦୀ ନିହତ

0

ବଲାଙ୍ଗୀର:ବଲାଙ୍ଗିର‐ହରିଶଙ୍କର ଗନ୍ଧମାର୍ଦ୍ଧନ ପାହାଡ଼ ନିକଟରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ବର୍ତ୍ତମାନର ବଡଖବର ଏଥିରେ ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ ଆଜି ସକାଳେ ଏସଓଜି ଓ ଡିଭିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସର ସର୍ଚ୍ଚ ଅପୋରେସନ ଜାରି ରହିଛି।