୨୧ ଘଣ୍ଟା ପରେ ପୁଣି ଜେଲକୁ ଆସିଲା ରାମ ରହିମ, ନିଜର ପ୍ରେମିକାକୁ ଦେଖା କରିବାକୁ ଜିଦ

୨୧ ଘଣ୍ଟା ପରେ ରାମ ରହିମଙ୍କୁ ପୁଣି ଜେଲକୁ ପଠାଯାଇଛି । ଯେତେବେଳେ ରାମ ରହିମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେ ହନିପ୍ରୀତ

0

(ଦିଲ୍ଲୀ) : ଗୁରୁମିତ ରାମ ରହିମଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସନ୍ଧେହ କରାଯାଉଥିଲା କି କରୋନା ହୋଇଥାଇ ପରେ କିନ୍ତୁ ତାହାନୁହେ ବରଂ ରକ୍ତଚାପ କମ୍‌ ଥିବା କାରଣରୁ ବୁଧବାର ସକାଳ ୬ଟାରେ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ୨୧ ଘଣ୍ଟା ପରେ ରାମ ରହିମଙ୍କୁ ପୁଣି ଜେଲକୁ ପଠାଯାଇଛି । ଯେତେବେଳେ ରାମ ରହିମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେ ହନିପ୍ରୀତ ଏବଂ ତାଙ୍କ ପରିବାରକୁ ଭେଟିବାକୁ ଜିଦ୍ ଧରିଥିଲେ। ଡାକ୍ତରମାନେ ଅପରାହ୍ନ ପ୍ରାୟ ଦୁଇଟା ବେଳେ ତାଙ୍କୁ ଡିସଚାର୍ଜ କରିଥିଲେ। ରାମ ରହିମଙ୍କୁ ଡାକ୍ତରଖାନା ଭିତରେ କ୍ୟାମେରା ନଜରରେ ରଖାଯାଇଥିଲା।

ସୂଚନାଯୋଗ୍ୟ ଯେ, ରାମ ରହିମ ତିନି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ପୂର୍ବରୁ ଜେଲ ଭିତରେ ଥିବା ଡାକ୍ତରଖାନାରେ ତାଙ୍କୁ ଔଷଧ ଦିଆଯାଇଥିଲା। ବୁଧବାର ମଧ୍ୟାହ୍ନ ୧୨ଟା ପରେ ତାଙ୍କ ରକ୍ତଚାପ କମ ହୋଇଯାଇଥିଲା। ଏ ବିଷୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ତାଙ୍କୁ ପିଜିଆଇରେ ଭର୍ତ୍ତି କରାଯାଇଥିଲା।