ଅସରାଏ ବର୍ଷାରେ ରାସ୍ତା ଉବୁଟୁବୁ

0

(ବିରୁପାକ୍ଷ ପ୍ରଧାନ/ଆଠଗଡ): ଅସରାଏ ବର୍ଷାରେ ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ରାସ୍ତାରେ ୪ ଫୁଟ ଉଚ୍ଚର ବର୍ଷା ପାଣି ଜମି ରହୁଛି । ଫଳରେ ଏହି ରାସ୍ତାରେ ଏବେ ଯାତାୟତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ କଣ୍ଟିଆ ନଦୀରେ ପାଣି ଅଧିକ ଜମିିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହି ବର୍ଷା ପାଣି କଣ୍ଟିଆ ନଦୀରୁ ଯାଇ ସାପୁଆ ନଦୀରେ ମିଶିବା ପରେ ମହାନଦୀରେ ମିଶିଥାଏ । ପ୍ରତିବର୍ଷ ବର୍ଷାଦିନେ ଏହି ଅଞ୍ଚଳରେ ୨୪ ରୁ ୪୮ ଘଣ୍ଟା ଧରି ପାଣି ଜମିଥାଏ ଏବଂ ପରେ ଛାଡି ଯାଇଥାଏ।