କରୋନାରେ ଚାଲିଗଲେ ଟିଭି ଆକ୍ଟର ଶାହିର ଶେଖଙ୍କ ପିତା

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାରେ ଚାଲିଗଲେ ପପୁଲାର ଟିଭି ଆକ୍ଟର ଶାହିର ଶେଖଙ୍କ ପିତା ।

0

(ମୁମ୍ବାଇ) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାରେ ଚାଲିଗଲେ ପପୁଲାର ଟିଭି ଆକ୍ଟର ଶାହିର ଶେଖଙ୍କ ପିତା । କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ଶାହିରଙ୍କ ପିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନାନୁଯାୟୀ ,ଶାହିର ଶେଖ କିଛି ଦିନ ପୂର୍ବେ ଟ୍ୱିଟ କରି ତାଙ୍କ ପିତାଙ୍କ ଅବସ୍ଥା ଗୁରୁତର ଥିବା ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଗୁରୁତର ଇନଫେକ୍ସନ ଯୋଗୁ ତାଙ୍କ ଅବସ୍ଥା ସାଂଘାତିକ ଥିବା ଓ ସେ ଭେଣ୍ଟିଲେଟରରେ ଥିବା ଜଣାଇଥିଲେ। ଏପରିକି ତାଙ୍କ ପିତାଙ୍କ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଫ୍ୟାନ୍ସଙ୍କୁ ଗୁହାରି କରିଥିଲେ। କିନ୍ତୁ ଗତକାଲି ଅଲି ଗିନ ଟ୍ୱିଟ କରି ଶାହିରଙ୍କ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଏପରିକି ଏପରି ଦୁଃଖ ସମୟରେ ସେ ଶାହିରଙ୍କ ମନୋବଳ ବଢ଼ାଇବା ସହ ତାଙ୍କ ପିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।