ହଜ୍ ଯାତ୍ରାରେ ଲାଗିଲା କଟକଣା

କରୋନା ଭାଇରସ୍‌ର ସଂକ୍ରମଣକୁ ଦେଖି ଚଳିତ ବର୍ଷ ମଧ୍ୟ ସାଉଦି ଆରବରେ ହେବାକୁ ଥିବା ହଜ୍ ଯାତ୍ରାରେ କିଛି କଟକଣା ଲଗାଯାଇଛି।

0

(ଦିଲ୍ଲୀ) : ହଜ୍ ଯାତ୍ରାରେ ଲାଗିଲା କଟକଣା । କରୋନା ଭାଇରସ୍‌ର ସଂକ୍ରମଣକୁ ଦେଖି ଚଳିତ ବର୍ଷ ମଧ୍ୟ ସାଉଦି ଆରବରେ ହେବାକୁ ଥିବା ହଜ୍ ଯାତ୍ରାରେ କିଛି କଟକଣା ଲଗାଯାଇଛି।

 

ଚଳିତ ବର୍ଷ କେବଳ ୧୦ ଲକ୍ଷ ଲୋକ ହିଁ ହଜ୍ ଯାତ୍ରା କରିପାରିବେ। କରୋନା ଟିକାର ସବୁ ଡୋଜ୍ ବାଧ୍ୟତାମୂଳକ । ୬୫ ବର୍ଷରୁ ଅଧିକ ବୟସର ଲୋକ ହଜ୍ ଯାତ୍ରା କରିପାରିବେ ନାହିଁ।

ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇରୁ ହେବ। କରୋନା ମହାମାରୀ ନଆସିବା ପୂର୍ବରୁ ପ୍ରତିବର୍ଷ ବିଶ୍ବର ୨୫ ଲକ୍ଷରୁ ଅଧିକ ଲୋକ ହଜ୍ ଯାତ୍ରା କରୁଥିଲେ।