ଭୁବନେଶ୍ୱରରୁ ଜବତ ହେଲା ଅଧା କିଲୋ ବ୍ରାଉନ ସୁଗାର

0

ଭୁବନେଶ୍ଵର/ସରୋଜ ରାଉତ: କମିଶନରେଟ ପୁଲିସର ସବୁ ବ୍ୟବସ୍ଥା, ଯୋଜନା ସତ୍ତେ୍ୱ ରାଜଧାନୀରେ ବଢି ଚାଲିଛି ଧଳା ଜହର କାରବାର। ବ୍ରାଉନସୁଗାର ମାଫିଆ ରାଜଧାନୀରେ ବେଧକ ଚଳାଇଛନ୍ତି ସେମାନଙ୍କ କାରବାର। ଯାହା ପୁଣି ଭୁବନେଶ୍ଵରରୁ ବ୍ରାଉନ ସୁଗାର ଜବତ ହେବା ପରେ ଜଣାପଡିଛି । କମିଶନରେଟ ପୋଲିସ ପ୍ରାୟ ୫୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି।
ବାଲେଶ୍ଵରରୁ ଭୁବନେଶ୍ଵର ଆସୁଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି କମିଶନରେଟ୍ ପୋଲିସ। ତେବେ ଏହି ନେଟୱାର୍କରେ କେଉଁମାନଙ୍କର ହାତ ରହିଛି ସେନେଇ କମିଶନରେଟ ପୋଲିସ ଛାନଭିନ୍ କରୁଛି। ସେପଟେ ଏହି ଚେର କେଉଁ ଆଡେ ଲମ୍ବିଛି ସେନେଇ ପୋଲିସ ତନାଘନା କରୁଛି।