ଭୁବନେଶ୍ୱର: ଏବେ ବିଗିଡିବାରେ ଲାଗିଛି ଅଭିନେତା ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା । ଯାହାଙ୍କ ପାଇଁ ସାରା ଓଡିଶା ବାସୀ ଦୁଃଖ ପ୍ରକାସ କରୁଛନ୍ତି । ଏବଂ ତାଙ୍କର ସ୍ୱାସ୍ଥ୍ୟ ଭଲ ହେବା ପାଇଁ ସମସ୍ତେ ଅର୍ଥ ସାଉଁଟୁଛନ୍ତି । ପିଣ୍ଟୁଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଜନ ସାଡଧାରଣ ତାଙ୍କ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ସେହିପରି ଅଭିନେତା ଅର୍ଦ୍ଧେନ୍ଦୁ ଦାସ ପିଣ୍ଟୁଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ତାଙ୍କର ସହୃଦୟରୁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସ ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଦେଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧନ୍ଦୁ । ଦିଲ୍ଲୀର ଆଇଏଲଭିଏସ ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କିଡ଼ନୀ ଡୋନର ସ୍ଥିର ହୋଇଛନ୍ତି । ଏଭଳି ସମୟରେ ପିଣ୍ଟଙ୍କ ସାଥ ଦେଇଛନ୍ତି ରାଜ୍ୟବାସୀ, ସାଥି କଳାକର ଓ ସିନେମା ସଂଘ । ତଥାପି ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି ।