ଜନ୍ମ ଦିନରେ ବି ଓଡ଼ିଶା ଚିନ୍ତା

ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଅନ୍ତିମ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ

0

ବ୍ୟୁରୋ : ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମ ଦିନ । ୭୬ ବର୍ଷରେ ପାଦ ଥାପିଛନ୍ତି ନବୀନ । ତାଙ୍କ 23 ବର୍ଷର ଶାସନ କାଳ ଭିତରେ ନିଜ ଜୀବନକୁ ରାଜ୍ୟ ପାଇଁ କରିଛନ୍ତି ସମର୍ପଣ । ବିଗତ ଦିନ ମାନଙ୍କ କଥା ଛାଡ଼ନ୍ତୁ ଆଜି ତାଙ୍କ ଜନ୍ମ ଦିନରେ ବି ସେ ଓଡିଶା ମାଟିର କଥା ଚିନ୍ତା କରୁଛନ୍ତି | ଓଡ଼ିଶାର ଅଗ୍ରଗତି କଥା ଚିନ୍ତା କରୁଛନ୍ତି | କାରଣ ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ଆଜି ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯାଇଛନ୍ତି | ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଅନ୍ତିମ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ।

ହାଇଦ୍ରାବାଦରେ ନବୀନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହୋଟେଲ ତାଜ କ୍ରିଷ୍ଣାରେ ଇନଭେଷ୍ଟର୍ସଙ୍କ ସହିତ କଥା ହେବେ । ଓଡ଼ିଶାରେ ଶିଳ୍ପ କଲେ କଣ କଣ ସୁବିଧା ମିଳିବ କହିବେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ପୁଞ୍ଜିପତି ମାନଙ୍କୁ ପୁଞ୍ଜି ନିବେଶ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ନବୀନ | ଓଡିଶା ରେ ପୁଞ୍ଜି ନିବେଶ ହେଲେ ଶିଳ୍ପାୟନ ସୃଷ୍ଟି ହେବା ସହ ରାଜ୍ୟର ଯୁବକ ମାନେ ରୋଜଗାର ପାଇବେ | ତେଣୁ ଜନ୍ମ ଦିନରେ ମଧ୍ୟ ମୁଖ୍ୟ ମନ୍ତ୍ରୀ ରାଜ୍ୟର ଉନତି ପାଇଁ କାର୍ଯ୍ୟ କରୁଛନ୍ତି | ଯାହା ଅନ୍ୟ କୌଣସି ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ରାଜ୍ୟ ପାଇଁ ନିରନ୍ତର କାର୍ଯ୍ୟ କରିବାର ଉଦାହରଣ ଦେଖିବାକୁ ମିଳିନଥାଏ |