ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଐଶ୍ଵରିୟା ରାୟ ବଚନ

0

ମୁମ୍ବାଇ : ଆଜି ହେଉଛି ବଲିଉଡର ଜଣାଶୁଣା ଅଭିନେତ୍ରୀ ଐଶ୍ଵରିୟା ରାୟଙ୍କ ଜନ୍ମଦିନ | ଐଶ୍ଵରିୟା ନଭେମ୍ବର ୧ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ| ସେ ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି | ସେ କର୍ଣ୍ଣାଟକର ମାଙ୍ଗଲୋରରେ ଜନ୍ମ ହୋଇଥିଲେ ତାଙ୍କ ପିତା ଜଣେ ଆର୍ମି ଅଫିସର ଥିଲେ ଓ ମା ଜଣେ ଗୃହିଣୀ | ତାଙ୍କ ବାପାଙ୍କ ନାମ କୃଷ୍ଣରାଜ ରାୟ ଥିବା ବେଳେ ମା ବୃନ୍ଦା ରାୟ | ଐଶ୍ଵରିୟା ଅଭିଷେକ ବଚନକୁ ୨୦୦୭ ମସିହାରେ ବିବାହ କରିଥିଲେ ଓ ବଚନ ଫ୍ୟାମିଲର ବୋହୁ ହୋଇଥିଲେ | ଐଶ୍ଵରିୟା ରାୟ ବଚ୍ଚନ ଭାରତର ଜଣେ ଅଭିନେତ୍ରୀ ଏବଂ ମଡେଲ। ୧୯୯୪ରୁ ହିଁ ସେ ମିସ୍ ୱାର୍ଲ୍ଡ ମୁକୁଟ ହାସଲ କରିଥିଲେ |

ସେ ଦ୍ୱିତୀୟ ଭାରତୀୟ ଅଭିନେତ୍ରୀ ଥିଲେ (ପ୍ରଥମ ହେଉଛନ୍ତି ପରଭେନ ବାବି) ୨୦୦୩ରେ ସେ “ଟାଇମ୍” ପତ୍ରିକାର କଭରରେ ସ୍ଥାନ ପାଇଥିଲେ । ସେ ଦୁନିଆର ସବୁଠାରୁ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଜଣେ।ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ୧୯୯୭ରୁ ହିଁ ଆରମ୍ଭ କରିଥିଲେ ଆଉ ସେଇଟା ଥିଲା ମଣି ରତ୍ନାମଙ୍କ ତାମିଲ ଚଳଚ୍ଚିତ୍ର “ଇରୁଭର୍” ରେ ଅଭିନୟ କରିଥିବାବେଳେ ହିନ୍ଦୀ ଡେବ୍ୟୁ “ଅର ପ୍ୟାର ହୋ ଗୟା” ରେ ହୋଇଥିଲା। ଆଉ ତାପରେ ସେ ଦର୍ଶକଙ୍କୁ ଵ୍ୟାକଟୁବ୍ୟାକ ହିଟ ଫିଲ୍ମ ଦେଇ ଚାଲିଥିଲେ | ଐଶ୍ଵରିୟା ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି କେବଳ ସେତିକି ନୁହେଁ ଅନେକ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି |