ଆଜି ସୋନା ମହାପାତ୍ରଙ୍କ ଜନ୍ମଦିନ , ଜାଣିବା ତାଙ୍କର କ୍ୟାରିୟର ବିଷୟରେ

୧୯୭୬ ଜୁନ୍ ୧୭ରେ ଜନ୍ମ ହୋଇଥିବା ଗାୟିକା ସୋନା ମହାପାତ୍ର। ସୋନା ମହାପାତ୍ର ବଲିଉଡରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି।

0

(ଭୁବନେଶ୍ୱର) : ୧୯୭୬ ଜୁନ୍ ୧୭ରେ ଜନ୍ମ ହୋଇଥିବା ଗାୟିକା ସୋନା ମହାପାତ୍ର। ସୋନା ମହାପାତ୍ର ବଲିଉଡରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ବହୁ ପ୍ରତିଭାବାନ ଗାୟିକା ସୋନା ଜଣେ ସଙ୍ଗୀତକାର ଏବଂ ଗୀତିକାର । ସୋନା ହିନ୍ଦୀ ସିନେମାରେ ଗୀତ ଗାଇବା ପାଇଁ ଅଧିକ ଜଣାଶୁଣା । ସେ ଯେ କୌଣସି ପ୍ରସଙ୍ଗରେ ବି ଖୋଲାଖୋଲି କଥା ହେବାକୁ ଭୟ କରନ୍ତି ନାହିଁ। ବେଳେବେଳେ ସେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ, ଜାଣିବା ଲାଇଫ ଷ୍ଟାଇଲ ବିଷୟରେ କିଛି ..।

ସୂଚନାନୁଯାୟୀ , ୪୪ବର୍ଷ ବୟସ୍କା ସୋନା ମହାପାତ୍ରଙ୍କ ଜନ୍ମ ଓଡିଶାର କଟକଠାରେ ହୋଇଥିଲା। ସେ ଭୁବନେଶ୍ୱରରୁ ଅଧ୍ୟୟନ ଶେଷ କରିଛନ୍ତି। ଏହା ପରେ ସୋନା ଇଞ୍ଜିନିୟରିଂ କଲେଜରୁ ବିଟେକ୍‌ ଡିଗ୍ରୀ ହାସଲ କରିଥିଲେ ଏବଂ ଏହାପରେ ସିମ୍ବୋସିସରୁ ଏମ୍‌ବିଏ ଶେଷ କରିଥିଲେ । ଗୀତ ଗାଇବା ପୂର୍ବରୁ ସୋନା ପାରାଚ୍ୟୁଟ୍ ଏବଂ ମେଡିକେୟାର ଭଳି କମ୍ପାନୀରେ ବ୍ରାଣ୍ଡ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି। ସୋନା ୨୦୦୫ ମସିହାରେ ସଙ୍ଗୀତକାର ଏବଂ ନିର୍ଦ୍ଦେଶକ ରାମ ସମ୍ପଥଙ୍କୁ ବିବାହ କରିଥିଲେ। ଉଭୟ ସୋନା ଏବଂ ରାମ ମଧ୍ୟ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍ ଓମ୍ ଗ୍ରାଉନ୍ ମ୍ୟୁଜିକ୍ ର ଅଂଶୀଦାର ଅଟନ୍ତି । ମୁମ୍ବାଇରେ ଉଭୟଙ୍କର ଅଲଗା ଅଲଗା ଷ୍ଟୁଡିଓ ଅଛି ।