ନୂଆ ଦିଲ୍ଲୀ : ହକି ଟିମ୍ ରୁ ବାଦ ପଡିଲେ ହାର୍ଦ୍ଦିକ ସିଂ । ଭାରତୀୟ ହକି ଟିମ୍କୁ ଲାଗିଛି ବଡ ଝଟକା । ଓଡ଼ିଶାରେ ଚାଲିଥିବା ଚଳିତ ବିଶ୍ୱକପ୍ ହକିରେ ଆସନ୍ତାକାଲି ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ରସ୍ଓଭର ମ୍ୟାଚ୍ ଖେଳିବାକୁ ଥିବା ବେଳେ ଆସିଛି ଖରାପ ଖବର। ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍ଫିଲ୍ଡର ହାର୍ଦ୍ଦିକ ସିଂହ। ଆହତ ଜନିତ ସମସ୍ୟାକୁ ନେଇ ବାଦ ପଡିଲେ ହାର୍ଦ୍ଦିକ ସିଂ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତେଣୁ ୱେଲ୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ କହିଛନ୍ତି, ରାତାରାତି ଆମକୁ ଏଭଳି ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ଖେଳିବେ ନାହିଁ ହାର୍ଦ୍ଦିକ ସିଂହ। ଏହା ସହିତ ଚଳିତ ହକି ବିଶ୍ୱକପ୍ରୁ ସେ ବାଦ୍ ପଡ଼ିଛନ୍ତି।ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲ ।