ରାଇଘର /ଲଲିତ ସୁନାନି: ଯୋଜନାର ମହାଦୁର୍ନୀତି । ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇବା ପରେ ବି ହିତାଧିକାରୀଙ୍କୁ ଚୂନ ଲଗାଇଛନ୍ତି ବିଭାଗୀୟ ଅଧିକାରୀ । ଓଡ଼ିଶା ସରକାର ଙ୍କ ପଞ୍ଚାୟତିରାଜ ବିଭାଗର ନିର୍ମାଣ ଶ୍ରମିକ ଯୋଜନାରେ ବଡ ଧରଣର ହରିଲୁଟ୍ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କରଣପଦର ଗ୍ରାମର ନିର୍ମାଣ ଶ୍ରମିକ କାର୍ତ୍ତିକ ଗଣ୍ଡ ଙ୍କୁ ଶ୍ରମିକ ଯୋଜନାରେ ୨୬୯ ଫୁଟ ବର୍ଗ ବିଶିଷ୍ଟ ଏକ ପକ୍କା ଘର ପାଇଁ କାର୍ଯ୍ୟାଦେଶ ପାଇଁ ଅର୍ଥରାଶିର ବିବରଣୀବି ପ୍ରଦାନ କରାଯାଇଥିଲା । ତଥ୍ୟ ଅନୁଯାୟୀ ପ୍ରଥମ କିସ୍ତି-୨୦,୦୦୦/-ହଜାର
ଦ୍ୱିତୀୟ କିସ୍ତି-୩୫,୦୦୦/-ହଜାର
ତୃତୀୟ କିସ୍ତି-୪୫,୦୦୦/-ହଜାର
ଚତୁର୍ଥ କିସ୍ତି-୩୦,୦୦୦/-ହଜାର
ସର୍ବ ମୋଟ-୧,୩୦,୦୦୦/-ହଜାର ଟଙ୍କା ହିତାଧିକାରୀଙ୍କ ଖାତାରେ ଜମା ହେବା କଥା ହେଲେ ହିତାଧିକାରୀଙ୍କ ଅଭିଯୋଗ କାର୍ଯ୍ୟାଦେଶ ତିନି ବର୍ଷ ବିତିଗଲାଣି ହେଲେ ଖାତା ଚାଲିଛି ଶୂନ ରାଶିରେ । ଏନେଇ ବାରମ୍ବାର, ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନବରଙ୍ଗପୁର ଜିଲ୍ଲା ନିର୍ମାଣ ଶ୍ରମିକ ଅଧିକାରୀ ବାବୁ ମାନଙ୍କୁ ଲିଖିତ ଆକାରରେ ଜଣେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କାର୍ତ୍ତିକ ଗଣ୍ଡ ଅଭିଯୋଗ କରିଛନ୍ତି। ତେବେ ଆମ ପ୍ରତିନିଧି ଘଟଣାକୁ ଗୁରୁତ୍ୁର ସହ ନେଇ ପ୍ରତିକ୍ରିୟା ପାଇଁ ରାଇଘର ବିଡିଓଙ୍କ ନିକଟକୁ ଯାଇଥିଲେ ହେଲେ ବିଡିଓ ଏ ବାବଦରେ କିଛି ଜାଣିନଥିବା କହି ଘଟଣାକୁ ଅଣଦେଖା କରିଛନ୍ତି । ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ କୈ÷ଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ହିତାଧିକାରୀଙ୍କୁ ସରକାର କେବେ ତାଙ୍କ ହକ୍ ଦେଉଛନ୍ତି ତାହା ଉପରେ ନଜର ।