ଅଡୁଆରେ ବିଶ୍ୱସୁନ୍ଦରୀ ହରନାଜ ସନ୍ଧୁ

0

ମୁମ୍ବାଇ : ନିଜର ସୁନ୍ଦରତାକୁ ନେଇ ସାରା ବିଶ୍ୱରୁ ଚର୍ଚ୍ଚା ସାଉଣ୍ଟିଥିବା ବିଶ୍ୱସୁନ୍ଦରୀ ହରନାଜ ସଂଘୁ ଏବେ ଅଡୁଆରେ ପଡିଛନ୍ତି । ଜଣେ ସିନେମା ନିର୍ମାତା ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି । ଫିଲ୍ମ ନିର୍ମାତା ଉପାସନା ସିଂ ହରନାଜଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ସିନେମାର ପ୍ରମୋଶନ କରିବାକୁ ଚୁକ୍ତି କରିବା ପରେ ହରନାଜ ତାଙ୍କୁ ସହଯୋଗ କରୁ ନାହାଁନ୍ତି । ଉପାସନା ଏନେଇ ଚଣ୍ଡିଗଡ ଜିଲ୍ଲା ଅଦାଲତରେ ଏକ ମାମଲା ଦାଖଲ କରିଛନ୍ତି । ହରନାଜ ୨୦୨୧ ଡିସେମ୍ବର ମାସରେ ଇସ୍ରାଇଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ୱସୁନ୍ଦରୀ ଭାବେ ମନୋନ୍ନୀତ ହୋଇଥିଲେ ।

ତେବେ ଉପାସନାଙ୍କ ଅଭିଯୋଗ ମୁତାବକ ହରନାଜ ଚୁକ୍ତି ଖିଲାପ କରିଛନ୍ତି । ଉପାସନା ସିଂଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉ ନଥିବା କଥା କହିଛନ୍ତି ଉପାସନା । ଏହି ମାମଲା ପଞ୍ଜିକରଣ କରିବାବେଳେ ଉପସାନା ସିଂ ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହର୍ଣ୍ଣାଜ ସାନ୍ଧୁଙ୍କ ତରଫରୁ କ୍ଷତିପୂରଣ ମାଗିଛନ୍ତି।

ଏହି ଫିଲ୍ମ ନିର୍ମାତା କହିଛନ୍ତି କି ହରନାଜ ୨୦୨୧ ମସିହାରେ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏଲଏଲପି ସହିତ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ସିନେମାର ପ୍ରମୋଶନ ଓ ପ୍ରଚାର ପାଇଁ ଉପାସନା ସମୟ ଦେବାର ଥିଲା । ହେଲେ ଏବେ ସିନେମାର ପ୍ରମୋଶନ ପାଇଁ ସେ ସମୟ ଦେବାକୁ ରାଜି ହେଉ ନାହାଁନ୍ତି । ଏହି ସିନେମା ପାଇଁ ଉପାସନା ବହୁଗୁଡିଏ ଅର୍ଥ ଖର୍ଚ୍ଚ କରିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ମାମଲା ପଞ୍ଜିକରଣ କରିବାବେଳେ ଉପସାନା ସିଂ ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହର୍ଣ୍ଣାଜ ସାନ୍ଧୁଙ୍କ ତରଫରୁ କ୍ଷତିପୂରଣ ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଉପସାନା ସିଂ କହିଛନ୍ତି, ‘ମୁଁ ହାର୍ନାଜଙ୍କୁ ଫିଲ୍ମ ବାଇ ଜୀ କୁଟାନେଜରେ ଅଭିନୟ କରିବାର ସୁଯୋଗ ଦେଇଥିଲି।’ ଏହି କାରଣରୁ ଉପାସନା ମେ ମାସ ୨୭ ତାରିଖରେ ସିନେମାର ରିଲିଜ କରିବାକୁ ଥିବା ବେଳେ ଏହାକୁ ଏବେ ବନ୍ଦ ରଖିଛନ୍ତି ।