ବର୍ଷା ପାଣିରେ ବେହାଲ ପୁରୀ ସହର

0

ପୁରୀ: ଲଘୁଚାପ ଯୋଗୁଁ ପୁରୀ ସହରରେ ଲଗାଣ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅବସ୍ଥା ସୃଷ୍ଟି ହୋଇଛି। ରାସ୍ତା ଉପରେ ଆଣ୍ଟେ ଉଚ୍ଚର ପାଣି ଚାଲିଚି। ଜୀବନ ଯାତ୍ରା ସମ୍ପୂର୍ଣ ଠପ ହୋଇ ଯାଇଛି। ପୁରୀର ତଳିଆ ଅଞ୍ଚଳ ବଳିଆ ପଣ୍ଡା ବସ୍ତି, ସୁଜାତା ନଗର, ପେଣ୍ଠ କଟା, ବାସେଳୀ ସାହିର ନୀଳଚକ୍ର ଲେନ ସମ୍ପୂର୍ଣ ଜଳାର୍ଣ୍ଣବ ରହିଚି। ଲୋକଙ୍କ ଘରେ ପଶି ପଶିଯିବାରୁ ଲୋକ ମାନେ ନାହଁନଥିବା ଅବସ୍ଥା ଭୋଗୁଛନ୍ତି। ବଡ ଦାଣ୍ଡ ଓ ସମୁଦ୍ର କୂଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିବାରୁ ପୁରୀ ସହର ବାସୀ, ପର୍ଯ୍ୟଟକ ଯିବା ଆସିବାରେ ପ୍ରବଳ ଅସୁବିଧା ଭୋଗିଛନ୍ତି। ବର୍ଷା ଦିନେ ଜଳ ନିଷ୍କାସନ ନେଇ ସବୁ ବ୍ୟବସ୍ଥା ହୋଇଥିବା ପୁରୀ ପୌର ପାଳୀକା କହୁଥିବା ବେଳେ ପୁରୀର ଅଵସ୍ଥା ଦେଖିଲେ ଜଣାପଡୁଛି କେତେ ପ୍ରସ୍ତୁତି କରିଥିଲା ପୁରୀ ପୌର ପଲିକା।