ଥଣ୍ଡାରୁ ମୁକ୍ତି ଦିଏ ଗାଜର ଓ ରସୁଣ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୠୁତୁ ଅନୁସାରେ ଯଦି ଖାଦ୍ୟର ଯତ୍ନ ନିଆଯାଏ ତେବେ ଶରୀର ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ ବରଂ ହୃଦରୋଗ ଜନିତ ରୋଗ ଏବଂ ମଧୁମେହରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ ଶରୀରରେ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପରିବାରେ କି ପ୍ରକାର ଔଷଧୀୟ ଗୁଣ ରହିଛି
ଥଣ୍ଡା ଦିନରେ ରସୁଣ , ଅଦା ଏବଂ ଗାଜର ଖାଇବା ଦ୍ୱାରା ଶରୀରରେ ଆହଟିବାୟୋଟିକ ଶକ୍ତି ବଢିଥାଏ ଏବଂ ଥଣ୍ଡା ମଧ୍ୟ କମ ଅନୁଭବ ହୋଇଥାଏ ।
ରସୁଣ ଖାଇବା ଦ୍ୱାରା ଦାନ୍ତକୁ ମଧ୍ୟ ଆରାମ ମିଳିଥାଏ । ତେବେ ରସୁଣକୁ ଲବଙ୍ଗ ସହିତ ବାଟି ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ ।
ରସୁଣ ଖାଇବା ଦ୍ୱାରା ଶରୀରରେ ଟି କୋଷ , ଫେଗୋସାଇଟିସ ଓ ଲିମ୍ପୋସୋଇଟିସ ଆଦି ପ୍ରତିରୋଧକ ତତ୍ତ୍ୱ ବୃଦ୍ଧି ହୋଇଥାଏ । ଯାହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହା ଦ୍ୱାରା ସହଜରେ କୌଣସି ସଂକ୍ରମଣ ଜନିତ ସମସ୍ୟା ହୋଇନଥାଏ ।
ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ଶରୀରକୁ ଗୁଡ଼ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବାଏଲିସିନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେଣୁ ରସୁଣ ଖାଇବା ନିହାତି ଦରକାର । ଏହା ଦ୍ୱାରା ଶରୀର ଫିଟ ରହିଥାଏ ।