ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କ’ଣ କହିଲେ ?

0

 

 

(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)କରୋନାରେ ଆକ୍ରାନ୍ତ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅମିତାଭ ବଚ୍ଚନଙ୍କ ପାଇଁ ଅଭିନେତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ୟ୍ୟନ୍ତ ସମସ୍ତେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର। ଡାକ୍ତରଙ୍କ କହିବା ଅନୁଯାୟୀ, ଏବେ କିଛି ଡରିବାର ନାହିଁ। ତାଙ୍କ ଅକ୍ସିଜେନ୍‌ ସ୍ତର ମଧ୍ୟ ଠିକ୍ ରହିଛି।ଅମିତାଭଙ୍କ ଲିଭର ଜନିତ ସମସ୍ୟା ରହିଛି। ଅମିତାଭ ବଚ୍ଚନଙ୍କ ଆଉ କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ରହିଛି। ତେଣୁ ହସ୍‌ପିଟାଲ୍‌ରୁ ବାହାରିବା ପରେ ଅମିତାଭ ବଚ୍ଚନ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଉଛି।