ଭୁବନେଶ୍ୱର : ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।
ଚଢ଼ାଉରେ ୩ ଡିଏସପି, ୧୧ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟରଙ୍କ ସହ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି ।ମାନସ ରଞ୍ଜନଙ୍କ ବାସଭଭନ ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ୍।କଟକ ସିଡିଏ ସେକ୍ଟର ୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାସ୍ଥିତ ଘର, ଜଟଣୀ କଣ୍ଟିଲୋ ସୃଷ୍ଟି ପ୍ଲାଜାରେ ଥିବା ପ୍ଲାଟ ଓ କୁଜଙ୍ଗ ଗଣ୍ଡିକିପୁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢାଉ।