କନ୍ଧମାଳ : ବାରମ୍ବାର ଜଣେ ସ୍ବାସ୍ଥ୍ୟକର୍ମୀକୁ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ । ସ୍ବାସ୍ଥ୍ୟକର୍ମିଙ୍କ ସ୍ବାମୀ ଜଣେ ଦିବ୍ୟାଗଂ ହୋଇଥିବା ରୁ ଏ ଅଫିସ ରୁ ସେ ଅଫିସ ବୁଲି, ବୁଲି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି ।ଖବର ଅନୂଯାୟୀ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ପସରା ଗ୍ରାମର ବିଦ୍ୟୁତ ଲତା ନାୟକ ସ୍ବାସ୍ଥ୍ୟ ବିଭାଗରେ ଏଏନଏମ ଭାବରେ ଦାରିଙ୍ଗବାଡି ବ୍ଳକର ସିଏଚ୍ସି ସ୍ବାସ୍ଥ୍ୟକେନ୍ଦ୍ର ସିଆଙ୍ଗବାଲି ଠାରେ ନିଯୁକ୍ତୀ ପାଇଥିଲେ । ବିଦ୍ୟୁତ ଲତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ କନ୍ଧମାଳ ଜିଲ୍ଲା ସିଡିଏମଓ ବିଦ୍ୟୁତ ଲତା ନାୟକଙ୍କୁ ଡେପୁଟେସନରେ ସିଆଙ୍ଗବାଲିରୁ ନିଜଗ୍ରାମ ପସରାକୁ ପଠାଇଥିଲେ । ଡେପୁଟେସନର ବର୍ଷେ ନ ପୁରୁଣୁ ପୁଣି ବିଦ୍ୟୁତ ଲତାଙ୍କ ଡେପୁଟେସନ ବାତିଲ କରିବା ସହିତ କାଯ୍ୟ କରିବାକୁ ହେଲେ ବ୍ରହ୍ମପୁର ମେଡିକାଲ ବୋର୍ଡରେ ହାଜାର ହୋଇ ଏଏନଏମଙ୍କ ମାନସିକ ସ୍ଥିତି କିପରି ଅଛି ତାର ସାଟିଫିକେଟ ଆଣିବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟକର୍ମି ଓ ତାଙ୍କ ଦିବ୍ୟାଙ୍ଗ ସ୍ବାମୀ ଦିପକ କୁମାର ହଂସ । ଏ ନେଇ ଦିବ୍ୟାଙ୍ଗ ଦିପକ କୁମାର ହଂସ ଓ ସ୍ତ୍ରୀ ବିଦ୍ୟୁତ ଲତା ନାୟକ ମାନବ ଅଧିକାର କମିଶନର ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିବା କହିଛନ୍ତି ସ୍ବାମୀ ଦିପକ ହଂସ ।ଜିଲ୍ଲାପାଳ ମହାଶୟ ବିଦ୍ୟୁତ ଲତା ନାୟକଙ୍କୁ ପୁନଃ ନିଯୁକ୍ତୀ ଦେବାକୁ ନିଦ୍ଦେର୍ଶ ଦେଇଛନ୍ତି ସିଡିଏମଓ ଜିଲ୍ଲାପାଳଙ୍କ ନିଦ୍ଦେର୍ଶକୁ ପାଳନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତୀ ଉଭୟ ସ୍ବାମୀ, ସ୍ତ୍ରୀ ।ଦିପକ କୁମାର ହଂସ ଏକ ଦିବ୍ୟାଙ୍ଗ ବ୍ୟକ୍ତୀ ହୋଇଥିବା ହେତୁ ବିଦ୍ୟୁତ ଲତା ନାୟକଙ୍କ ଦରମାରେ ଘର ଚଳୁଥିଲା ସ୍ବାସ୍ଥ୍ୟକର୍ମୀଙ୍କ ଦରମା ବନ୍ଦ ଥିବାରୁ ଆର୍ଥିକ ଅନାଟନରେ ବହୁକଷ୍ଟରେ ତାଙ୍କ ପରିବାର ଚଳୁଥିବା କହିଛନ୍ତି ସ୍ବାସ୍ଥ୍ୟକର୍ମୀ ।ଜିଲ୍ଲାପାଳ ଓ ସରକର ସ୍ବାସ୍ଥ୍ୟକର୍ମୀ ବିଦ୍ୟୁତ ଲତାଙ୍କୁ ନ୍ୟାୟ ଦେବାକୁ ଗୁହାରୀ କରିଛନ୍ତି ବିଦ୍ୟୁତ ଲତଙ୍କ ଦିବ୍ୟାଙ୍ଗ ସ୍ବାମୀ ଦିପକ କୁମାର ହଂସ ।