Uncategorized

ଏସଏମଏସରେ କରୋନା ଟିକାକରଣର ସୂଚନା ପାଇବେ ସ୍ୱାସ୍ଥ୍ୟକର୍ମୀ

(ଭୁବନେଶ୍ୱର): ଆସନ୍ତା ୧୬ ତାରିଖରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ । ତେବେ ଟିକାକରଣ ପାଇଁ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଆଜି ଏସଏମଏସ ଜରିଆରେ ସୂଚନା ପାଇବେ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜିକୃତ ହୋଇଥିବେ ସେମାନଙ୍କୁ ଆଜି ଏସଏମଏସ ଯିବ । ଏଥିରେ ଟିକାକରଣର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ ରହିବ । ଟିକାକରଣ ବାବଦରେ ସମସ୍ତ ସୁଚନା ସ୍ୱାସ୍ଥ୍ୟକର୍ମୀମାନେ ଏସଏମଏସ ଜରିଆରେ ପାଇ ପାରିବେ ବୋଲି ସେ କହିଛନ୍ତି ।
ଦିନକ ପରେ ଟିକାକରଣ ଆରମ୍ଭ ହେବାକୁ ଥିବାରୁ ବିଭିନ୍ନ ଜିଲ୍ଲାଗୁଡିକୁ ଟିକା ପଠାଇ ଦିଆଯାଇଛି । ସେହିଦିନ ଟିକା ଦେବା ପାଇଁ ଟିକାକରଣ ଟିମ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଟିକାକରଣ ଆରମ୍ଭ ହେବ । ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଜଣେ ବ୍ୟକ୍ତି ଟିକା ନେବା ପରେ ୩୦ ମିନିଟ ନିରୀକ୍ଷଣରେ ରହିବେ । ପ୍ରତି ବ୍ୟକ୍ତି ଗୋଟିଏ ପ୍ରକାର ଟିକା ହିଁ ନେବେ । ଯେଉଁମାନେ କୋଭାକ୍ସିନ ବା କୋଭିସିଲ୍ଡ ନେବେ ସେମାନେ ଏହାର ୨୮ ଦିନ ପରେ ନେଇଥିବା ଟିକାର ଦ୍ୱିତୀୟ ଡୋଜ ନେବେ । ଯଦି ପ୍ରଥମ ଟିକା ନେବା ପରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ୨ୟ ଡୋଜ ଦିଆଯିବ ନାହିଁ । ସମ୍ପୁର୍ଣ୍ଣ ଆରୋଗ୍ୟ ହେବା ପରେ ହିଁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Related posts

କାଠରେ କଳାକୃତି ଦର୍ଶାଉଛନ୍ତି ଅରୁଣ

Report

ଘୋଷଣା ହେଲା ଜେଇଇ ଆଡାଭାନ୍ସ ପରୀକ୍ଷା ତାରିଖ

Report

ଧାନ ବିକ୍ରୀ ତଦାରଖ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମଣ୍ଡି ପରିଦର୍ଶନ

Report

Leave a Comment