କୋଭିଡରୁ ସୁସ୍ଥ ହେବା ପରେ ଶ୍ରବଣ ସମସ୍ୟା ଦେଖାଦେଉଛି: ବିଶେଷଜ୍ଞ

0

ବାଲେଶ୍ୱର: କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀମାନଙ୍କ ମଧ୍ୟରେ ଦେଖାଦେଉଛି ଶ୍ରବଣ ସମସ୍ୟା । ରୋଗୀ ଭଲ ହେବା ପରେ ସେମାନଙ୍କ ଶ୍ରବଣ ଶକ୍ତି ହ୍ରାସ ପାଉଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ବିଶେଷଜ୍ଞ । ବିଷେଶଜ୍ଞଙ୍କ ଅନୁଯାୟୀ, ରୋଗରୁ ସୁସ୍ଥ ହେବା ପରେ ଶ୍ରବଣଶକ୍ତି ହ୍ରାସ ପାଇବା ସହ ଅପୂରଣୀୟ କ୍ଷତି ହୋଇଛି ।
ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜର ଇଏନ୍ଟି୍ ବିଭାଗୀୟ ମୁଖ୍ୟ ଡା.ଅନୀଲ କୁମାର ଦାସଙ୍କ ଅନୁଯାୟୀ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଶ୍ରବଣ ଶକ୍ତି ହ୍ରାସ ପାଉଥିବା ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି । ତେବେ ସଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନେଇ ଚିକିତ୍ସା କଲେ ଠିକ ହୋଇପାରେ। କାରଣ ଷ୍ଟେରଏଡ୍ ଓ ଆଣ୍ଟି-ଭାଇରାଲ ଔଷଧଗୁଡିକର ସେବନ କିଛି ମାତ୍ରାରେ କିମ୍ବା ସମସ୍ତ ଶ୍ରବଣ କ୍ଷମତାକୁ ସୁରକ୍ଷିତ ରଖିବା ଏବଂ ରୋଗର ପୂର୍ବ ଲକ୍ଷଣରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ।
ବିଶେଷଜ୍ଞଙ୍କ ମତରେ, ଶ୍ରବଣ ଶକ୍ତି ହରାଇବା ଅନ୍ୟାନ୍ୟ ଭାଇରାଲ ସଂକ୍ରମଣ ସହ ଜଡିତ । ଇଏନ୍ଟିଓଡି ଫାର୍ମାର କାର୍ୟ୍ୟକାରୀ ନିର୍ଦ୍ଦେଶକ ନିଖିଳ ମସୁରକର କହିଛନ୍ତି ଯେ, ଶ୍ରବଣ ଶକ୍ତି ହରାଇବା ଲକ୍ଷଣକୁ କୋଭିଡ୍ ସମ୍ବନ୍ଧିତ ଜଟିଳତା ସହିତ ଯୋଡିବାର ଭିନ୍ନ ଭିନ୍ନ କାରଣ ରହିଥାଇପାରେ। ଏସିଇ-୨, ଶରୀରର ବିଭିନ୍ନ ଅଙ୍ଗରେ ଦେଖିବାକୁ ମିଳୁଥିବା ଏକ ଏଞ୍ଜାଇମ୍, ଯାହା ସାର୍ସ-କୋଭିଡ-୨ ଭାଇରସ୍ ପାଇଁ ଏକ ରିସେପ୍ଟର ଭୂମିକା ନିଭାଇଥାଏ, ଯାହା ଏହାକୁ କୋଷିକାଗୁଡିକୁ ସଂକ୍ରମିତ କରିବା ପାଇଁ ସକ୍ଷମ କରିଥାଏ। ଏସିଇ-୨ ରିସେପ୍ଟର କାନର ମଝିରେ ଥିବା ଏପିଥେଲିଆଲ୍ କୋଷଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଠାରେ ସାର୍ସ-କୋଭିଡ-୨ ଭାଇରସ୍ ସେମାନଙ୍କ ସହିତ ବାନ୍ଧି ହୋଇଥାଏ। ସମାନ ରୂପେ, ଏକ ଭାଇରାଲ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଶରୀରର ରୋଗ ପ୍ରତିରକ୍ଷା ପ୍ରତିକ୍ରିୟା କାରଣରୁ ମଧ୍ୟ ଶ୍ରବଣ ଶକ୍ତି ହରାଇବାର ସମ୍ଭାବନା ରହିଥାଏ।