ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

ଆଗାମୀ ୨ ଦିନ ରାତି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି।

0

(ଭୁବନେଶ୍ୱର) : ଆଗାମୀ ୨ ଦିନ ରାତି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ପାଣି ବିଭାଗର ସୂଚନାର ଅନୁସାରେ, ରାଜ୍ୟରେ ଦୁଇ ଦିନ ପାଗ ଶୁଖିଲା ରହିବ। ୨୧ ଓ ୨୨ ତାରିଖ ବେଳକୁ କିଛି ସ୍ଥାନରେ ପାଗ ଶୁଖିଲା ରହିବ ଓ ଆଉ କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୨୧ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖ ବେଳକୁ ଝାରସୁଗଡ଼ା, ସୁନ୍ଦରଗଡ଼, ବରଗଡ଼,