୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ

0

ଭୁବନେଶ୍ୱର : ଆଜି ଉତ୍ତର ଓ ଉପକୂଳ ଅଞ୍ଚଳରେ ୧୪ ଜିଲ୍ଳା ଜାରି ରହିବ ବର୍ଷା । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ଏବଂ ଆସନ୍ତାକାଲି ବର୍ଷା ଳାଗି ରହିବ। ଗଞ୍ଜାମ, ଗଜପତି, ପୁରୀ, ଯାଜପୁର, ନୟାଗଡ, କଟକ ,ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ଼, ମୟୁରଭଞ୍ଜ କେନ୍ଦୁଝରରେ ବର୍ଷା ହେବା ସମ୍ଭାବନା। ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ।

ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା | ୭ରୁ ୧୧ ସେମି ବର୍ଷା ହୋଇପାରେ ବର୍ଷା । ପୁରୀରେ ୪୫ରୁ ୪୬ କିମି ବେଗ ପବନ ବାହୁଛି ଏହା ସହ , ଭୁବନେଶ୍ବର, ବାଲେଶ୍ବର, ପାରଦୀପରେ ମଧ୍ୟ ପବନର ବେଗ ତୀବ୍ର ରହିଛି। ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୫୪.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।