ଘର ପାଇଁ ଜାଣିରଖନ୍ତୁ କିଛି ଟିପ୍ସ

0

(ରିପୋର୍ଟର୍ସ ଟୁଡ଼େ ): ” ରୋଷେଇଘର” ଏହା ଏପରି ଏକ ଗୃହ ଯେଉଁଠି ଯେତେ ଜ୍ଞାନୀ ମଣିଷ ବି ହାର ମାନିନିଅନ୍ତି । ଅଧିକାଂଶ ସମୟରେ ଘର କରଣା ଜିନିଷକୁ ସାଇତି ରଖିବା ସହଜ ହୋଇ ନଥାଏ ।ସେହି କ୍ଷେତ୍ରରେ ଉପଯୋଗ କରନ୍ତୁ ଏହି ଟିପ୍ସ । ଖାସ୍‌କରି ଘରଣୀ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ।

ଘରେ ବିସ୍କୁଟ ନରମି ହୋଇଯାଉଛି କି ? ଯଦି ହଁ ତେବେ ପଢନ୍ତୁ –
ବିସ୍କୁଟ ଭଲ ରହିବା ପାଇଁ ୧୨/୧୪ଟା ଚାଉଳକୁ ଗୋଟିଏ କାଗଜରେ ଗୁଡାଇ ଏହି ବିସ୍କୁଟ ଡବାରେ ରଖି ଦିଅନ୍ତୁ । ବିସ୍କୁଟ କେବେ ବି ନରମିବ ନାହିଁ ।

୨. ଗ୍ରାଇଣ୍ଡରକୁ ସଫା କରିବା ପାଇଁ ସ୍ପଞ୍ଜ ସହ ଥିବା ସ୍କ୍ରବର୍ ବ୍ୟବହାର କରିପାରିବେ । ଏହାର ସ୍କ୍ରବର ପଟେ ଟୁଥପେଷ୍ଟ ଲଗାଇ ଗ୍ରାଇଣ୍ଡରର ଚାରିଆଡେ ଘଷନ୍ତୁ । ଦେଖିବେ ଆପଣଙ୍କ ଗ୍ରାଇଣ୍ଡର ସଫା ହେବା ସହ ଦାଗ ଵୀ ଉଭେଇ ଯିବ ।

୩.ଚା’ଛଣା କିଛି ଦିନ ବ୍ୟବହାର କରିବା ପରେ କଳା ଦେଖାଯାଇଥାଏ । ଏହାକୁ ସଫା କରିବା ପାଇଁ ଏକ ପାତ୍ରରେ ଭିନେଗାର ନିଅନ୍ତୁ । ସେଥିରେ ଖାଇବା ସୋଢା ପକାଇ ଚା’ଛଣାକୁ ଭିଜାଇ ରଖିଦିଅନ୍ତୁ । ୨୦/୨୫ ମନିଟ ଏହାକୁ ସଫା କରନ୍ତୁ ।