ସାଲେପୁରରେ ହାଇଟେକ୍ ମେଡିକାଲ୍ ପକ୍ଷରୁ ହୃଦରୋଗ ଚିକିତ୍ସା ପରାମର୍ଶ କେନ୍ଦ୍ର

0

(ତାରାକାନ୍ତ ନାୟକ/ ସାଲେପୁର): ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ ଓ ସାଲେପୁର ଡାଇଗ୍ନୋଷ୍ଟିକ୍ ସେଣ୍ଟର ମିଳିତ ଭାବେ ସାଲେପୁର ୟୁକୋ ବ୍ୟାଙ୍କ ନିକଟରେ ହୃଦରୋଗ ପରାମର୍ଶ ପାଇଁ ଏକ କେନ୍ଦ୍ର ଖୋଲାଯାଇଛି। ଗ୍ରାମାଞ୍ଚଳର ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ମାନଙ୍କ ପାଖରେ ସୁବିଧାରେ ହୃଦରୋଗ ଚିକିତ୍ସା ସେବାଯୋଗାଇବା ଉଦ୍ୟଶରେ ସାଲେପୁର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏକ ନିଆରା ପ୍ରୟାସ। ଏହି ପରାମର୍ଶ କେନ୍ଦ୍ରକୁ ମୁଖ୍ୟ ଅତିଥି ହାଇଟେକ୍ ମେଡିକାଲ୍ କଲେଜର ଡାଇରେକ୍ଟର ଡ଼କ୍ଟର ରାଜେଶ୍ ପାଣିଗ୍ରାହୀ ଉଦଘାଟନ କରିଥିଲେ। ସାଲେପୁର ମେଡିକାଲ୍ ହଲ୍ ର ପ୍ରତିଷ୍ଠାତା ଶିଶିର କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ହାଇଟେକ୍ ମେଡିକାଲ୍ ର ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ସେତାଙ୍ଗ ଦାସ ପୌରହିତ୍ୟ କରିଥିବା ବେଳେ ଗ୍ରାମାଞ୍ଚଳର ଲୋକ ମାନେ ସହଜ ଓ ସୁବିଧାରେ ହୃଦରୋଗ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି ବୋଲି ସୂଚନା ଦେଇଛନ୍ତି। ଡ଼କ୍ଟର ବାସୁଦେବ ବେହେରା, ମୁଖ୍ୟ କାର୍ୟନିର୍ବାହୀ
ଅଧିକାରୀ ମାଲକିନ ବେହେରା, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ପତି, ସମାଜସେବୀ
ପ୍ରଶାନ୍ତ କୁମାର କର,ସାଲେପୁର ଫାର୍ମାସିଷ୍ଟ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ହୃଦରୋଗ ଚିକିତ୍ସା କ୍ଷେତ୍ରରେ ହାଇଟେକ୍ ର ଏ ଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ।ସାଲେପୁର ଡାଇଗ୍ନୋ ଷ୍ଟିକ୍ ସେଣ୍ଟର ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ପଣ୍ଡା ଧନ୍ୟବାଦ୍ ଦେଇଥିଲେ।ଏହି ପରାମର୍ଶ କେନ୍ଦ୍ର ମାଧ୍ୟମରେ ସାଲେପୁର ଅଞ୍ଚଳର ଆର୍ଥିକ ଅନଗ୍ରସର ହୃଦରୋଗୀ ମାନଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ ଏବଂ ଖୁବ୍ ଶୀଘ୍ର ହାଇଟେକ୍ ପକ୍ଷରୁ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଦିଆଯିବ ବୋଲି ସମାଜସେବୀ ଶିଶିର କୁମାର ପଣ୍ଡା ସୂଚନା ଦେଇଛନ୍ତି।କାର୍ୟ୍ୟକ୍ରମରେ
ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର,ଡ଼କ୍ଟର କିଶୋର ଚନ୍ଦ୍ର ଦାସ,ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ଆଇନଜୀବୀ ବିଜୟ କେତନ ନାୟକ,ଚିତ୍ତରଞ୍ଜନ ଶତପଥୀ,ପୁଲକ୍ ଦାଶ, ସମ୍ବିତ ଦାସ,ମୃତ୍ୟୁଞ୍ଜୟ ମିଶ୍ର ଜିତେନ୍ଦ୍ର ନାୟକ ପ୍ରମୁଖ ଏବଂ ସାଲେପୁର ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।