ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଶିଖାଇବ ଅନ୍ୟ ଦେଶକୁ ରଣକୌଶଳ

0

ରୋମ: ସାରା ବିଶ୍ୱରେ ନବୀନଙ୍କ ଚର୍ଚ୍ଚା । ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । କାରଣ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ଦେଶ ପାଇଁ ସାଜଛି ଶିକ୍ଷଣୀୟ । ତେବେ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ମୁଖ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ୍ ହୋଇଛନ୍ତି । କେମିତି ରାଜ୍ୟରେ ଜୀବନଜୀବିକା ସହ ଖାଦ୍ୟ ଆଇନ୍ ସୁରକ୍ଷା ଦିଗରେ ସରକାର ସଫଳତା ପାଇଛନ୍ତି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।

WFP ମୁଖ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କେହି ଯେମିତି ଭୋକିଲା ରହିବେ ନାହିଁ ସେନେଇ ଆଲୋଚନା କରିଛନ୍ତି ନବୀନ । ନବୀନ କହିଛନ୍ତି, ବିଗତ ୨ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବିଶେଷ ପରିବର୍ତ୍ତନ ଆସିଛି । ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ସହଭାଗୀତାରେ ରାଜ୍ୟ ଜାତିସଂଘ ଦ୍ୱାରା ସ୍ଥିରିକୃତ ନିରନ୍ତର ବିକାଶ ଲକ୍ଷ୍ୟ ଆଡ଼କୁ ବଢିଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । WFP ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ସାରା ବିଶ୍ୱ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ଖୁବ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।