କଟକ : ଏଏସଓ ପରିକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ । ହାଇକୋର୍ଡଙ୍କ ବିନା ଅନୁମତିରେ ପ୍ରକାଶ ପାଇପାରିବ ନାହିଁ ଓପିଏସସି । ଶୁକ୍ରବାର ଏହି ମାମଲାରେ ଶୁଣାଣି କରି ପରୀକ୍ଷା ଫଳ ପ୍ରକାଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ।
ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେବ କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ହୋଇଛି ଧାର୍ଯ୍ୟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।