ଉଚ୍ଚ ଶିକ୍ଷୀତ ଯୁବଗୋଷ୍ଠୀ ପ୍ରଫେସନାଲ କଂଗ୍ରେସରେ ସାମିଲ ହେବାକୁ ନିରଞ୍ଜନଙ୍କ ଆହ୍ୱାନ

0

ଭୁବନେଶ୍ୱର: ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖା ପୁନଃର୍ଗଠିତ ହେବାପରେ ଏହାର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଅ । ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖାର ନବ ନିଯୁକ୍ତ ସଭାପତି ଶ୍ରୀମତୀ ମମତା କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଥିଲେ ।
ସେ କହିଥଲେ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଭାରତବର୍ଷ ବର୍ତମାନ ଯେଉଁ ଘଡିସନ୍ଧି ମୂହୂର୍ତ ଦେଇ ଗତି କରୁଛି ଭାରତର ଅର୍ଥନୀତି, ବିଦେଶ ନୀତି ଓ ସାମାଜିକ ବ୍ୟବସ୍ଥା ଯେଭଳି ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି, ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧିି ଯେଭଳି ଘଟିଛି ତାହା ଗରୀବ ଓ ମଧ୍ୟବିତ ଲୋକଙ୍କର ଅ।ର୍ଥିକ ମେରୁଦଣ୍ଡକୁ ଭାଙ୍ଗ ଦେଲାଣି । ଏହି ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ତଥା ଯୁବଗୋଷ୍ଠିଙ୍କୁ କଂଗ୍ରେସ ଦଳରେ ସାମିଲ କରିବାକୁ ଓଡ଼ିଶା ପ୍ରଫେସନାଲ କଂଗ୍ରେସ ଦୃଢତାର ସହିତ କାର୍ଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଫେସନାଲ କଂଗ୍ରେସର ସଭାପତି ଶ୍ରୀମତୀ କୁଣ୍ଡୁ ଖୁବଶୀଘ୍ର ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରେ ପ୍ରଫେସନାଲ ମାନଙ୍କୁ ନୂତନ ନିଯୁକ୍ତି ଦେବା ସହିତ ଶିକ୍ଷିତ ଯୁବଗୋଷ୍ଠୀ ଏବଂ ବୃଦ୍ଧିଜୀବୀ ମାନଙ୍କର ବୃହତର ସ୍ୱାର୍ଥ ପାଇଁ ପ୍ରଫେସନାଲ କଂଗ୍ରେସ ଲଢେଇ କରିବ ବୋଲି ସୂଚନା ଦେଇଥିଲେ । ପ୍ରଫେସନାଲ କଂଗ୍ରେସ ଖୁବ ଶୀଘ୍ର ସାରା ଓଡ଼ିଶାର ଯୁବକ ଯୁବତୀମାନଙ୍କୁ କଗ୍ରେସ ଦଳରେ ସାମିଲ କରିବା ପାଇଁ ସକ୍ରିୟ ଭୂମିକା ର୍ନିବାହ କରିବ ବୋଲି ଶ୍ରୀମତୀ କୁଣ୍ଡୁ ସୂଚନା ଦେଇଥିଲେ । ଅଲ୍ ଇଣ୍ଡିଅ । ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖାର ନବ ନିଯୁକ୍ତ ସଂପାଦକ ଅ।ଇନଜୀବୀ (ଇଂ) ଅ।କାଶ ଭୂୟାଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନରେ ଦାରିଦ୍ର୍ୟ ବୃଦ୍ଧି, ବେକାରୀ ବୃଦ୍ଧି, ଓ ନିତ୍ୟବ୍ୟବହାର୍ଯ୍ୟ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଅ ।କାଶ ଛୁଅ ।ଁ ହେଲାଣି ବୋଲି ଅ ।ରୋପ କରି ଶିକ୍ଷିତ ଯୁବ ସମାଜ କଂଗ୍ରେସ ଜରିଅ ।ରେ ଅ ।ନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଏଥିନିମନ୍ତେ ଓଡ଼ିଶାର ସମସ୍ତ ବୁଦ୍ଧିଜୀବୀ ଓ ଯୁବଶକ୍ତି, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଓ ସାମ୍ବାଦିକ ବନ୍ଧୁମାନଙ୍କର ସହଯୋଗ କାମନା କରିଥିଲେ । ପ୍ରଫେସନାଲ କଂଗ୍ରେସର ଉପ ସଭାପତି ଶ୍ରୀ ସଂଜୟ କୁମାର ମିଶ୍ର ଅ।ଗାମୀ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଫେସନାଲ କଂଗ୍ରେସର ରାଜ୍ୟ ସଂଯୋଜକ ଶ୍ରୀ ରଞ୍ଜିତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।