ରାଜ୍ୟ ସଡକ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ

0

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧକ୍ଷତରେ ରାଜ୍ୟ ସଡକ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ପୂର୍ବାହ୍ନରେ ଲୋକସେବା ଭାବନା ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ସଡକ ଦୃଘଟଣା ଜନଟି ମୃତ୍ୟୁ ମାମଲାରେ ଆମ ଦେଶ ଅତ୍ୟନ୍ତ ଉଦ୍ବେଗଜନିତ | ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନେକ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଛି | ଏଥିପାଇଁ ବ୍ୟାପକ ସଡକ ସଚେତନତା ସହ , ଟ୍ରାଫିକ ନିୟନ୍ତ୍ରଣ , ରାସ୍ତା ମରାମତି ଇତ୍ୟାଦିର ଆବଶ୍ୟକତା ରହିଛି ବୋଲି କହିଛନ୍ତି | ତେବେ ଏନେଇ ରାଜ୍ୟରେ ପଂଚାୟତି ରାଜ ଅନୁଷ୍ଠି ଓ ଏନଏସି କ୍ୟାଡ଼ରମାନେ ସଡକ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବେ |କେବଳ ସେତିକି ନୁହେଁ ରାଜପଥ ନିର୍ମାଣ ଏବଂ ମରାମତି ମଧ୍ୟ କରିବା ଜରୁରୀ | ସେହିପରି ଆସନ୍ତା ଅକ୍ଟୋବରରୁ ଗଡିପଛରେ ନାଲି ଆଳୁ ବା ରିଫ୍ଲେକଟିଭ ଟେପ୍କୁ ଲଗାଇବା ବାଧ୍ୟତା ମୂଳକ ହୋଇଛି | ସେହି ପରି ଏହି ବୈଠକରେ ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁ ପାଦ ସେଠି ,ନିର୍ଦେଶକ ଷ୍ଟେଟ କ୍ରାଇମ ରେକର୍ଡ ବିରୋ ବିନାୟତୋଷ ମିଶ୍ର ,ପରିବହନ ଆୟୁକ୍ତ ଅରୁଣ ବର୍ଥ ,ପୋଲିସ କମିଶନ ସୌମେନ୍ଦ୍ର ପ୍ରିୟଦର୍ଶୀ ,ରାଜ୍ୟ ସଡକ ପରିବହନ ନିଗମର ମୁଖ୍ୟ ପରିଚାଳନା ନର୍ଦ୍ଧେଶକ ଓ ଟ୍ରକ ,ବାସ ମାଲିକ ସଂଘର କର୍ମକର୍ତା ଏବଂ ପରିବହନ ବିଭାଗର ଅନ୍ୟାନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |