ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ୱର୍ ମାମଲାରେ ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ

0

କଟକ: ରାଜ୍ୟ ପରିବହନ ପ୍ରାଧିକରଣ (STA) ମାନୟବର ଓଡିଶା ହାଇକକାର୍ଟଙ୍କୁସୂଚନା କେଇଛନ୍ତିକେ ହାଇ ସିକୁୟରିଟି ରେଜିଷ୍ଟ୍ରେସନ ପ୍ଲେଟ (HSRP) ପାଇଁ ବୁକିିଂ ସ୍ଲଟ ପ୍ରତିେିନ 25000 କୁ ବୃଦ୍ଧିକରାୋଇଛି | ନଭେମ୍ବର ମାସ ପାଇଁ ମଧ୍ୟ ଏବେ ସ୍ଲଟ ଉପଲବ୍ଧ ଅଛି| ମାନୟବର ଓଡିଶା ହାଇକକାର୍ଟରେ ଦାଖଲ ହୋଇଥିବା ଏକ ଆଫି ଡେଭିଟରେ କୁହାଯାଇଛି ଯେ ପୁରୁଣା ପୁରୁଣା ସ୍ଲଟ ଉପଲବ୍ଧତା ଏବିଂ HSRP ର ଫି ର୍କମଣ୍ଟ ବୃଦ୍ଧିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି | OEM ଗୁଡିକୁ ସେମାନଙ୍କର ସ୍ଲଟ କ୍ଷମତା ବଢ଼ାଇବାକୁ ନିର୍ଦେଶ ଦିଆଯାଇଥିଲା ଯାହା ଦ୍ୱାରା ମାଲିକମାନେ ସ୍ୱଳ୍ପ ସମୟ ମଧ୍ୟରେ HSRP ବୁକିିଂ ପାଇଁ ସହଜରେ ସ୍ଲଟ ପାଇପାରିବେ | ସମସ୍ତ OEM (ଯାନ ନିର୍ମାତା) ସେମାନଙ୍କର ସ୍ୱୀକୃତିପ୍ରାପ୍ତ HSRP ବିକ୍ରେତାଙ୍କ ମାଧ୍ୟମରେ ସ୍ଲଟ ବୃଦ୍ଧି କରିଛନ୍ତି ଏବିଂ ବର୍ତ୍ଟମାନ HSRP ବୁକିିଂ ପାଇଁ ସମସ୍ତ ଆବେଦନକାରୀଙ୍କ ପାଇ ସ୍ଲଟ ଉପଲବ୍ଧ ରହିଛି|

ପରିବହନ ବିଭାଗର ସତ୍ୟପାଠ ଉପରେ ଆବେଦନକାରୀ ପରବର୍ତ୍ତୀ ସମୟରେ ଜବାବ ରଖିବେ ଓ ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି | ସୂଚନା ଥାଉ କି ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ (ଏଚଏସ୍‌ଆର୍‌ପି) ଆବେଦନ ସମୟସୀମାକୁ ରାଜ୍ୟ ପରିବହନ ବିଭାଗ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହି ଅବଧି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

୨୦୧୯ ଏପ୍ରିଲ ପହିଲା ପୂର୍ବରୁ ଗାଡି କିଣିଥିବା ମାଲିକମାନେ ସେମାନଙ୍କ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୧, ୨, ୩, ୪ରେ ଶେଷ ହେଉଥିବା ଗାଡି ଗୁଡିକ ନ‌ଭେମ୍ବର ୩୦ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୫, ୬, ୭ ଓ ୮ ଶେଷ ନମ୍ବର ଥିବା ଗାଡି ଗୁଡିକ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ୯ ଓ ୦ ନମ୍ବର ରେ ଶେଷ ହେଉଥିବା ଗୁଡିକ ପାଇଁ ଏହା ଫେବ୍ରୁଆରି ୨୮ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଛି।