୧୫ରୁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଜରୁରୀ

0

ଓଡିଶା : ଗାଡି ଚଲାଉଥିଲେ ସାବଧାନ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଗଣିବାକୁ ହେବ ଫାଇନ । ଜାନୁଆରୀ ୧୫ ତାରିଖରୁ ଓଡିଶାରେ କଡାକଡି ହେବାକୁ ଯାଉଛି ନମ୍ବର ପ୍ଲେଟ୍ ଚେକିଂ । ଯଦି ଆପଣ ଧାର୍ୟ୍ୟ ସମୟ ଭିତରେ ଆପଣଙ୍କ ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ଆପଣ ୧୦ ହଜାର ଟଙ୍କା ଜରିମାନା ଗଣିପାରନ୍ତି । ସମୟରେ ନମ୍ବର ପ୍ଲେଟ ନଲଗାଇଲେ ଗଣିବାକୁ ହେବ ମୋଟା ଅଙ୍କର ଫାଇନ ।
ଆସନ୍ତା ୧୫ ତାରିଖରୁ ରାଜ୍ୟରେ ନମ୍ବର ପ୍ଲେଟକୁ ନେଇ ଧରପଗଡ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର । ତେଣୁ ଯଥାଶୀଘ୍ର ଆପଣ ନିଜର ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସହ ଫାଇନ୍ ଗଣିବାରୁ ମୁକ୍ତି ପାଆନ୍ତୁ । ତେବେ ନଜର ପକାନ୍ତୁଟ୍ଟ କେଉଁ କେଉଁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଦେବାକୁ ପଡିବ ।
• ଯେଉଁ ଗାଡିର ନମ୍ବର ୧,୨,୩,୪ ଏବଂ ୫,୬ରେ ଶେଷ ହେଉଛି । ସେହି ଗାଡିରେ ଯଦି ଜାନୁଆରୀ ୧୫ ସୁଦ୍ଧା ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବ । ତେବେ ଚାଳକଙ୍କୁ ଏଥିପାଇଁ ଫାଇନ୍ ଗଣିବାକୁ ପଡିବ ।
• ୧ ରୁ ୬ ନମ୍ବରରେ ଶେଷ ହେଉଥିବା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ଥିଲା । ଡିସେମ୍ବର ୩୧ ତାରିଖ । ତେଣୁ ଏହି ଗାଡିରେ ଜାନୁଆରୀ ୧୫ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କୁ ଫାଇନ୍ ଦେବାକୁ ପଡିବ ।
• ସେହିପରି ୭ ଏବଂ ୮ ନମ୍ବରରେ ଶେଷ ହେଉଥିବା ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ଜାନୁଆରୀ ୩୧ ତାରିଖ ।
• ସେହିପରି ଯଦି ଆପଣଙ୍କ ଗାଡିର ନମ୍ବର ୦ କିମ୍ବା ୯ରେ ଶେଷ ହେଉଛି । ତେବେ ଆପଣ ଫେବ୍ରୁଆରୀ ମାସ ଶେଷ ହେବା ଆଗରୁ ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇ ଦିଅନ୍ତୁ । ନଚେତ୍ ଆପଣଙ୍କୁ ଟ୍ରାଫିକ୍ ପୋଲିସ ଫାଇନ୍ କାଟିବା ସହିତ ୫ ହଜାରରୁ ୧୦ ହଜାର ଟଙ୍କା ଜରିମାନା କରିପାରେ ।