ଭୁବନେଶ୍ୱର : IAS ପରୀକ୍ଷାରେ ବିଶ୍ଵ ବିଦ୍ୟାଳୟ ଗୁଡ଼ିକ ରେ ଦିଆଯାଉଥିବା କୋଚିଂ ରେ ବିଫଳ ହୋଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସ୍ବୀକାର କରିଛନ୍ତି। ୨୦୧୬-୧୭ ଓ ୨୦୧୭-୧୮ ରେ ରାଜ୍ୟର ବିଭିନ୍ନ ବିଶ୍ଵ ବିଦ୍ୟାଳୟ ରେ ଆଇଏଏସ୍ ପ୍ରସ୍ତୁତି କୋଚିଂ ଦିଆଯାଉଥିଲା ମାତ୍ର ସଫଳତା ନ ମିଳିବାରୁ ଏହାକୁ ୨୦୧୮ ରୁ ବନ୍ଦ କରାଯାଇଛି। ୨୦୧୯-୨୦ ରେ ଏକ ଘରୋଇ ଅନୁଷ୍ଠାନ କୁ ଦାୟିତ୍ଵ ଦିଆଗଲା , ଏଥିରେ ୯୯ ଜଣ କୋଚିଂ ନେଲେ, ହେଲେ ସଫଳ ହେଲାନି। ଏଥିଲାଗି ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଆଇଏଏସ୍ କୋଚିଂ ପାଇଁ ନୂଆ ଯୋଜନା ଆଣିବାକୁ ସରକାର ବିଚାର କରୁଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରେ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ |