ବ୍ୟୁରୋ : ଇତିହାସ ପୁନରାବୃତ୍ତି ଇତିହାସ ପୁନରାବୃତ୍ତି ହେଉଥାଏ, ସ୍ଥାନ କାଳ ପାତ୍ର ରୂପ ଦୃଶ୍ୟ ଭିନ୍ନ ଭିନ୍ନ ହୋଇ ଇତିହାସ ଆଉ ଥରେ ନିଜକୁ ଦୋହରାଇ ଥାଏ। ଧାମନଗର ଉପନିର୍ବାଚନ , ଇତିହାସ ପୁଣିଥରେ ବର୍ତ୍ତମାନର ଆଇନାରେ ନିଜ ପ୍ରତିଛବି ଦେଖୁଛି। ଧାମନଗର ର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାଶଙ୍କୁ ବିଜେଡି ରୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ୱାଚନ ଲଢିବାକୁ ଆଜି ନାମାଙ୍କଲ ଭରିଛନ୍ତି । ଏହି ଘଟଣା ୨୦୦୦ ମସିହା ସାଧାରଣ ନିର୍ବାଚନରେ ଧାମନଗର ନିର୍ବଚନମଣ୍ଡଳୀରେ ଘଟିଥିବା ରାଜନୈତିକ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି ।
ରାଜନୀତିରେ ସ୍ୱାଭିମାନର ଲଢେଇ ସହ ରାଜନୈତିକ ନାରା ଯେ ଶକ୍ତିଶାଳୀ ଶାସକ ଜାତୀୟ ଦଳ ଶକ୍ତିକୁ ସ୍ବାଭିମାନର ସ୍ରୋତରେ ଭସାଇ ଦେଇପାରେ ତାହା ୨୦୦୦ ମସିହା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ସେ ସମୟରେ ନାରା ଥିଲା…
” ଆସୁ ସୋନିଆ, ଆସୁ ବାଜପେୟୀ
ଟିୱେଲ ପାଣିରେ ଦେବୁ ଭସାଇ “
ଆଜିର ବିଜେଡି ବିଦ୍ରୋହି ନେତା ପାଇଁ ନାରା ଆଛି ,ଋାଜୁ ଭାଇଙ୍କୁ ଟିକେଟ ନାହିଁ ତ ବିଜେଡିକୁ ଭୋଟ ନାହିଁ । ସେଦିନ ଘଟଣାକୁ ଦେଖିବାକୁ ଗଲେ ସେ ସମୟରେ ବିଜେଡି ବିଜେପି ମେଣ୍ଟରେ ନିର୍ବାଚନ ଲଢୁଥିଲା। ବାଜପେୟୀଙ୍କ ଲୋକପ୍ରିୟତା ସହ ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ସହ ଓଡିଶାରେ ଲଢେଇ କରୁଥିଲା ସେ ସମୟର ଶକ୍ତିଶାଳୀ କଂଗ୍ରେସ ଦଳ ।
୧୨/୯ ଫର୍ମୁଲାରେ ବିଜେଡି ବିଜେପି ମେଣ୍ଟ ପ୍ରଥମେ ଲୋକସଭା ନିର୍ବାଚନ ହେଇଥିଲା । ତେଣୁ ୨୦୦୦ ମସିହା ସାଧାରଣ ନିର୍ବାଚନରେ ସେଇ ଫର୍ମୁଲା ଅନୁଯାୟୀ ବିଧାନସଭାରେ ବିଜେଡି ୬୩ ଆସନ ପାଇଁ ହକଦର ହେଲା । ମେଣ୍ଟ ସରକାର ବୁଝାମଣା ଅନୁସାରେ ଧାମନଗର ଆସନର ଟିକେଟ ବିଜେପିର ମନମୋହନ ସାମଲ ଙ୍କ ପାଖକୁ ଗଲା । କିନ୍ତୁ ବିଜେଡି କର୍ମୀ ମାନେ ବିଜେପି କୁ ସମର୍ଥନନ କରି ବିଜୁବାବୁଙ୍କ ପୁରୁଣା ସାଥୀ ହୃଦାନନ୍ଦ ମଲ୍ଲିକ ଙ୍କ ପୁତ୍ର ମାନସ ମଲ୍ଲିକ ଙ୍କ ପଛରେ ଛିଡା ହୋଇ ରହିଥିଲେ ।
ବିଜେପିର ମନମୋହନ ସାମଲ, କଂଗ୍ରେସରୁ ଜଗନ୍ନାଥ ରାଉତ ସ୍ୱାଧୀନ ପ୍ରାର୍ଥୀ ହୋଇଥାନ୍ତି ମାନସ ମଲ୍ଲିକ । ବିଜେପି ପାଇିଁ ସେ ସମୟର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀ ପ୍ରଚାର କରିଥିଲେ । କଂଗ୍ରେସ ପାର୍ଥି ପାଇଁ ସୋନିଆ ଗାମ୍ଧୀ ପ୍ରଚାର ର ଦାଇତ୍ୱ ନେଇଥିଲେ । ସବୁପରେ ମଧ୍ୟ ବିଜୟ ହେଇଥିଲା ସ୍ବାଧୀନ ପାର୍ଥି ମାନସ ମଲ୍ଲୀକଙ୍କର । ତେଣୁ ବିଜେଡି ଟିକେଟ ବାଦ ପଡିବା ପରେ ରାଜେନ୍ଦ୍ର ଦାଶ ସ୍ବାଧୀନ ଭାବେ ଆଜି ନାମାଙ୍କନ ଭରିଛନ୍ତି, ତେବେ ୨୦୦୦ ମସିହା ନିର୍ୱାଚନ ଭଳି ଏହି ଉପ ନିର୍ବାଚନ ଇତିହାସ ପୁନରାବୃତ୍ତି ହେବ ହୋଲି ଚର୍ଚ୍ଛା ହେଉଛି।