ଓଡ଼ିଶାରେ ଗୃହମନ୍ତ୍ରୀ ଅମିତ ଶାହା: ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

0

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅମିତ ଅମିତ ଶାହ ।ଗତ ରାତିରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର।ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ।   ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଛନ୍ତି। ତାପରେ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଛନ୍ତି। ସେଠାରେ ସେ ଜଳାଭିଷେକ କରିଛନ୍ତି। ପରେ ମନ୍ଦିର ପରିକ୍ରମା କରିଛନ୍ତି ଅମିତ୍ ଶାହା । ଅମିତ ଶାହାଙ୍କ ଏହା ହେଉଛି ତୃତୀୟ ଥର ଲିଙ୍ଗରାଜ ମନ୍ଦିର ଗସ୍ତ । ପୂର୍ବରୁ ୨୦୧୫ ଓ ୨୦୧୭ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ସେତେବେଳେ ଅମିତ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ଏହି ଅବସରରେ ସେ ଲିଙ୍ଗରାଜ ମନ୍ଦିର ରେଜିଷ୍ଟ୍ରାରରେ ଦସ୍ତଖତ କରିଥିଲେ ।

ସ୍ବରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ବରରୁ କଟକ ସଡ଼କ ପଥରେ ଯିବେ। ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। ଶ୍ରୀ ଶାହ କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ପରିଦର୍ଶନରେ ଯିବେ। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍‌ ଷ୍ଟାଡିୟମରେ ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ‌ ଦେବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ନ ୧ଟାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୪ଟା ୩୦ରେ ମେ’ଫେୟାର କନଭେନସନ୍‌ରେ ‘ମୋଦି@୨୦: ଡ୍ରିମ୍‌ସ ମିଟ୍‌ ଡେଲିଭରି’ର ଓଡ଼ିଶା ଚାପ୍ଟରର ଲୋକାର୍ପଣ କରି ସଂଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।