ଚିକିତ୍ସାଳୟରେ ର୍ଦୁବ୍ୟବହାର

0

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ କାର୍ୟ୍ୟରତ ଜଣେ ମହିଳା କର୍ମଚାରୀ ( ଫାର୍ମାସିଷ୍ଟ ) ମେଡିକାଲ କୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର ଦେଖାଇଛନ୍ତି । ସୂଚନା ମୁତାବକ ମାଲକାନଗିରି ମୁନିସପାଲଟିର ପୁର୍ବତନ କାଉନସିଲର ବାଲାରାଜୁ ଜଣେ ସର୍ମ୍ପକୀୟ ସହ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଏହି ସମୟରେ ସେଠାରେ ଥିବା ଜଣେ ମହିଳା ଫାର୍ମାସିଷ୍ଟ ଙ୍କ ସହ ତାଙ୍କର କୌଣସି କାରଣରୁ ବଚସା ହୋଇଥିଲା ପରେ ମହିଳା ଫାର୍ମାସିଷ୍ଟ ଜଣକ ସେଠାରେ ହାଇ ଭୋଲ୍ଟେଜ ଡ୍ରାମା କରିଥିଲେ । ବର୍ତ୍ତମାନ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି । ତେବେ ଏ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟ ଚିକିସ୍ୟା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ।