ହୋଷ୍ଟ ରାଘବ ଜୁୟାଲ କରୋନାରେ ସଂକ୍ରମିତ

0

(ମୁମ୍ବାଇ ) : ‘ଡ୍ୟାନ୍ସ ଦିଓ୍ବାନ’ ହୋଷ୍ଟ ରାଘବ ଜୁୟାଲ କରୋନାରେ ସଂକ୍ରମିତ । ଏନେଇ ସେ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ରାଘବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଜ୍ୱର ଏବଂ କାଶ ପରେ ମୋର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଯେଉଁମାନେ ମୋ ସହ ଯୋଗାଯୋଗରେ ଆସିଛନ୍ତି ସେମାନେ ନିଜ ଯତ୍ନ ନେବା ଉଚିତ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବା ଉଚିତ୍, ସୁରକ୍ଷିତ ରୁହନ୍ତୁ।’

 

ସୂଚାନୁଯାୟୀ , ଏହାପୂର୍ବରୁ ଶୋ’ର ଜଣେ ବିଚାରପତି ଧର୍ମେଶ ଏବଂ ୧୮ ଜଣ ମେମ୍ବର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଧର୍ମେଶ କୋଭିଡ଼ ପଜିଟିଭ୍ ହେବା ପରେ ତାଙ୍କ ସ୍ଥାନରେ କୋରିଆଗ୍ରାଫର ପୁନିତ ପାଠକ ଆସିଥିଲେ। ସେମାନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ ଏବଂ ତୁଷାର କାଳିଆ ବିଚାରକ ଭାବେ ଅଛନ୍ତି।