ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ତେବେ ମୋଦି ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଏହା ପ୍ରଥମ ଅଧିବେଶନ । ତେବେ ଗୃହ ଆରମ୍ଭ ହେଉ ହେଉ ବିରୋଧୀଙ୍କ ଗର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ମନ୍ତ୍ରୀମାନଙ୍କ ପରିଚୟ ପ୍ରଦାନ କରିପାରି ନାହାନ୍ତି । ଏହାକୁ ବିରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଧ ସିଂହ । ଏହା ପରେ ଗୃହକୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।
ତେବେ ଗୃହ ଅ।।ରମ୍ଭ ପୂର୍ବରୁ ମେ।।ଦି ସମସ୍ତ ବିରୋଧୀ ଦଳକୁ ଅନୁରୋଧ କରିଥିଲେ କି, ବିରୋଧୀ ଜଟିଳ ପ୍ରଶ୍ନ କରିନ୍ତୁ କିନ୍ତୁ ସରକାରକୁ ଉତ୍ତର ଉପସ୍ଥାପନ କରିବାକୁ ସୁଯୋଗ ଦିଅନ୍ତୁ । କିନ୍ତୁ ଗୃହ ଆରମ୍ଭରୁ ବିରୋଧୀ ନାରାବାଜି କରିବାରୁ ଗୃହରେ ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଇ ପାରି ନାହାନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କିଛି ଲୋକ ଦେଶର ମହିଳା, ଓବିସି, କୃଷକଙ୍କ ପୁଅଙ୍କୁ ମନ୍ତ୍ରୀଭାବେ ଦେଖି ଖୁସି ନାହାନ୍ତି । ତେଣୁ ତାଙ୍କୁ ସେମାନଙ୍କ ପରିଚୟ ପ୍ରଦାନକରିବାକୁ ଦିଆଯାଇନାହିଁ । ବିରୋଧୀଙ୍କ ନାରାବାଜି ଓ ହୋହାଲ୍ଲା ପରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହକୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।
ତେବେ ସଂସଦ ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୋଦି କହିଛନ୍ତି ମହାମାରୀ କରୋନା ଯୁଦ୍ଧରେ ଲୋକଙ୍କ ଟୀକାକରଣ ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସରକାର ଗୃହରେ ଆଲୋଚନା କରିବାକୁ ଇଛାୟୀ ରହିଛି । ଲୋକମାନେ କୋଭିଡ ଟୀକା ନେଇ ଏହି ଯୁଦ୍ଧରେ ବାହୁବଳୀ ବୋଲାଉଛନ୍ତି । ଏହି ଟୀକା ବାହୁରେ ଦିଆଯାଉଛି ଓ ଯେଉଁମାନେ ଟୀକା ନେଉଛନ୍ତି ସେମାନେ ବାହୁବଳୀ ପାଲଟି ଯାଉଛନ୍ତି ।