କିଙ୍ଗ ଖାଲିଦ ଏୟାରବେସ ଉପରେ ଆକ୍ରମଣ ପାଇଁ ହଉଥି ନିଜକୁ ଦାୟୀ କଲା

0

ୟେମେନ: ସାଉଦି ଆରବର ଦକ୍ଷିଣ ପଶ୍ଚିମାଞ୍ଚଳ ସହରସ୍ଥିତ ଖାମିସ ମୁସୈତର କିଙ୍ଗ ଖାଲିଦ ଏୟାର ବେସ ଉପରେ ଆକ୍ରମଣ କରିଥିବା ୟେମେନର ହଉଥି ରେବେଲସ୍ ଦାବି କରିଛି । ଗୁରୁବାର ପାହାନ୍ତାରେ ଏକ ବୋମା ଖଚିତ ଡ୍ରୋନ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି । ଏହି ସଂଗଠନ ଦ୍ୱାରା ପରିଚାଳିତ ମାସିରହ ଟିଭିରେ ସଂଗଠନର ପ୍ରବକ୍ତା ୟେହ୍ୟା ସାରି କହିଛନ୍ତି ଆକ୍ରମଣ ସଠିକ ସ୍ଥାନରେ ହୋଇଛି ।
ଏହାରି ମଧ୍ୟରେ ସାଉଦି ସରକାର ଦ୍ୱାରା ପରିଚାଳିତ ଅଲ ଆରବିୟ ଟିଭି ସୂଚନା ଅନୁଯାୟୀ, ସାଉଦିର ମିଳିତ ଫୋର୍ସ ହଉଥି ରେବେଲସ୍ ଦ୍ୱାରା ୟେମେନରୁ ଖାମିଶ ମୁସୈତ ଉପରେ ହୋଇଥିବା ଡ୍ରୋନ ବୋମା ଆକ୍ରମଣକୁ ବିଫଳ କରିଛି । ସାଉଦି ସରକାର ସହୟୋଗରେ କେନ୍ଦ୍ର ୟେମେନର ତୈଳ ସଶକ୍ତ ମାରିବ କ୍ଷେତ୍ରକୁ ୟେମେନ ସେନା ନିଜ କବଜାକୁ ନେବା ପରଠାରୁ ଇରାନ ସହଯୋଗରେ କ୍ରସ ବର୍ଡର ମିସାଇଲ ଓ ଡ୍ରୋନ ଆକ୍ରମଣ ହାଉଥିସ ସଂଗଠନ ତରଫରୁ ଗତ ଫେବୃଆରୀ ମାସରୁ ବୃଦ୍ଧିପାଇବାରେ ଲାଗିଛି ।
୨୦୧୪ରେ ହଉଥି ମିଲିଟିଆ ରାଷ୍ଟ୍ରପତି ଅବଦ୍ ରାବ୍ୱୁ ମନସୁର ହାଦିଙ୍କ ସରକାରକୁ ରାଜଧାନୀ ସାନାରୁ ବିତାଡିତ କରିବା ପରେ ଓ ଉତ୍ତରାଞ୍ଚଳର ବହୁ କ୍ଷେତ୍ରକୁ ନିଜ ଅକ୍ତିଆରକୁ ନେବା ପରଠାରୁ ୟେମେନରେ ଗୃହଯୁଦ୍ଧ ଲାଗି ରହିଛି ।