ଆସନ୍ତା ବର୍ଷ ଯାଏଁ ପିନ୍ଧିବାକୁ ପଡିବ ମାସ୍କ

ମହାମାରୀ କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ସମସ୍ତେ କରୋନା ପ୍ରତିରୋଧକ ଟିକା ମଧ୍ୟ ନେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଦୈନନ୍ଦିନ

0

(ଦିଲ୍ଲୀ) : ମହାମାରୀ କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ସମସ୍ତେ କରୋନା ପ୍ରତିରୋଧକ ଟିକା ମଧ୍ୟ ନେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଦୈନନ୍ଦିନ ଜୀବନଶୈଳୀରୁ କେବେ ଦୂର ହେବ ମାସ୍କ ? କେବେ ମାସ୍କ ଠାରୁ ମିଳିବ ମୁକ୍ତି ? ତେବେ ନିତି ଆୟୋଗର ସଦସ୍ୟ ଥିବା ଡାକ୍ତର ବିକେ ପାଲ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଯାଏଁ ଆମକୁ ଏହିଭଳି ମାସ୍କ ପିନ୍ଧି ରହିବା ଉଚିତ୍। କରୋନାକୁ ହରାଇବା ପାଇଁ ଭ୍ୟାକ୍ସିନ, ଔଷଧ ଏବଂ ଉପଯୁକ୍ତ ଗାଇଡଲାଇନ୍ ପାଳନ କରିବା ଜରୁରୀ। ଯଦି କରୋନାକୁ ମାତ୍ ଦେବାକୁ ଚାହୁଁଛନ୍ତି ତେବେ ଆସନ୍ତା ବର୍ଷା ଯାଏଂ ମାସ୍କକୁ ଜରୁରୀ ବ୍ୟବହାର କରନ୍ତୁ।

ବିକେ ପାଲ ପୁଣି କହିଛନ୍ତି ଯେ, ପାର୍ବଣ ଋତୁ ଚାଲିଛି। ଏଯାଏଁ କରୋନାର ତୃତୀୟ ଲହର ସଙ୍କଟ ଟଳିନି। ମାସ୍କ ଠାରୁ ଏବେ ଛୁଟି ମିଳିବ ନାହିଁ। ଆହୁରି ସମୟ ବାକି ଅଛି। ତେବେ ତୃତୀୟ ଲହରକୁ ନେଇ ବିକେ ପାଲ କହିଛନ୍ତି ଯେ, ତୃତୀୟ ଲହର ଆସିବନି ବୋଲି ଏହାକୁ ଏଡାଇ ହେବ ନାହିଁ। ଆସନ୍ତା ୪ ରୁ ୫ ମାସ ମଧ୍ୟରେ ଭ୍ୟାକ୍ସିନ ଦ୍ଵାରା ହାର୍ଡ ଇମ୍ୟୁନିଟି ତିଆରି ହେବ। ମହାମାରୀ ଠାରୁ ବର୍ତ୍ତିବା ପାଇଁ ଆମେ ନିଜେ ସାବଧାନ ହେବା ଉଚିତ୍। ଯଦି ସମସ୍ତେ ସଂକଳ୍ପ ନେଇ କୋଭିଡ୍ ଗାଇଡଲାଇନ୍‌ ମାନିବେ ତେବେ ଦିନେ ଆମେ ସଫଳ ହେବା।