ବ୍ୟୁରୋ: ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ଖରାରେ ସମସ୍ତେ ଅସ୍ତବ୍ୟସ୍ତ । ପ୍ରବଳ ତାତି ଏବଂ ପ୍ରତେକ ସଶଂସ୍ପରେରେ ଆସିବା ହେତୁ ଚର୍ମରେ ଅନେକ ସମସ୍ୟା ଦେଖାଦିଏ । ଏଭଳି ପରିବର୍ତ୍ତିତ ଋତୁରେ ତ୍ଵଚା ସହିତ ଓଠର ଉପରେ ବି ପ୍ରଭାବ ହୋଇଥାଏ । ଖରାଦିନେ ସନ୍ ଟ୍ୟାନ ହେବା ସ୍ୱଭାବିକ କଥା । ସେଥିପାଇଁ ବହୁତ କମ୍ପାନି ବହୁତ ସାରା ସନସ୍କିନ୍ ଲୋସନ କ୍ରିମ୍ ବାହର କରିଛନ୍ତି । ଆପଣ ସନସ୍କିନ୍ ଲୋସନ ଲଗାନ୍ତୁ ନଚେତ୍ ଘରୋଇ ଉପଚାର ଆପଣାଇ ପାରିବେ ଓ ସମସ୍ୟାରୁ ମୁକ୍ତି ପାଇ ପାରିବେ ।
ମୁହଁ- ଖରାଦିନେ ମୁହଁକୁ ସବୁବେଳେ ପରିଷ୍କାର ରଖନ୍ତୁ । ଝାଳ ଓ ପ୍ରଦୃଷଶ ଠାରୁ ଦୂରେଇ ରହିବା ଉଚିତ୍ । ଏଥିପାଇଁ ମୁହଁକୁ ଦିନକୁ ୩ ରୁ ୪ ଥର ଭଲଭାବରେ ମୁହଁ ଧୋଇବା ଉଚିତ୍ । ଯେମିତି ବେସନ, ହଳଦି, ଲେମ୍ବୁ,ଦହିକୁ, ମୁଳତାନି ମାଟି, ଚନ୍ଦନଗୋଲାପ ଜଳ ଇତ୍ୟାଦି ଗୋଳାଇ ଲଗାଇ ପାରିବେ । ସେହିପରି ଶୀତ ଦିନେ ଓଠ ଫାଟିବା ସାଧାରଣ କଥା । ହେଲେ ଖରାଦିନେ ବି କିଛି ଲୋକଙ୍କର ଓଠ ଶୁଖେ ଏବଂ ଫାଟବା ମଧ୍ୟ ଦେଖାଯାଏ । ଏ ସବୁ ଦେଖିଲେ ଆମେ କହିପାରିବା ଡିହାଇଡ଼୍ରେସନ୍ ଯୋଗୁଁ ହୁଏତ ଏମିତି ହୋଇଥାଏ ।
ତେବେ ଗରମରୁ ହାଇଡ଼୍ରେଡ ଯେତିକି ଦରକାର ଠିକ୍ ସେମିତି ଓଠକୁ ବି ହାଇଡ଼୍ରେଡ ରଖିବା ଦରକାର । ବେଳେ ବେଳେ କିଛି ଜଣକ ଓଠ ଏତେ ମାତ୍ରାରେ ଶୁଖି ଫାଟିଯାଏ ଯେ ସେଥିରୁ ରକ୍ତ ବାହାରିବାକୁ ଲାଗେ । ହେଲେ କିଛି ଘରୋଇ ଉପଚାର ଆପଣାଇ ସମସ୍ୟାରୁ ମୁକ୍ତି ପାଇ ପାରିବେ । ନଡିଆ ତେଲ ଏକ ପ୍ରାକୃତିକ ମଇଚାରୋର୍ଯ୍ୟର ଭାବରେ କାମ କରେ । ଏହା ଚର୍ମକୁ ହାଇଡ୍ରେଡ ରଖେ । ଆହୁରି ମଧ୍ୟ ଓଠ ସୁଖିବାର ସମସ୍ୟା ଦୂର ହେବା ସହିତ ଓଠ ନରମ ରହିଥାଏ । ଏହାକୁ ବାଦ୍ ଦେବା ପରେ ମହୁ ଦ୍ୱାରା ଏହାର ଉପଚାର କରିପାରିବେ । ଏଥିରେ ଔଷଧ ଗୁଣ ଭରିପୁର ହୋଇରହିଥାଏ । ଏପରି ଭାବରେ ଆପଣମାନେ ଖରାଦିନେ ଆପଣ ନିଜ ତ୍ଵଚାର ଯତ୍ନ ନେଇପାରିବେ ।