ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହି ପ୍ରଚାର କରିବେ ତେବେ ଗୃହ ଚାଲିବ କେମିତି:ତାରା ପ୍ରସାଦ ବାହିନୀପତି
ଭୁବନେଶ୍ୱର: ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହି ପ୍ରଚାର କରିବେ ତେବେ ଗୃହ ଚାଲିବ କେମିତି । ଗୃହରେ ନିନ୍ଦା ପ୍ରସ୍ତାବ ଆସିବା ଦରକାର ଏବଂ ଗୃହକୁ ବନ୍ଦ କରିଦେବା କଥା । ଖାଲି ସେତିକି ନୁହେଁ ନିଜେ ଗୃହର ମୁଖ୍ୟ ବି କେବେ ଆସୁନାହାନ୍ତି ତେବେ ଗୃହ ଚାଲିବା କି ଲାଭ । ଯେଉଁ ମାଟି କୁ ନେଇ ଆମେ ଗର୍ବ କରୁଛେ କିନ୍ତୁ ଆଜି ଯାହା ଗଣତନ୍ତ୍ର ମନ୍ଦିର ରେ ହେଉଛି ତାହା କଣ ଠିକ୍ ବୋଲି କହି ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମୁଖ୍ୟମନ୍ତ୍ରୀ ଙ୍କ ର ତ ଚାଷ ଜମି ନାହିଁ ସେ କଣ ପାଇଁ ଚିନ୍ତା କରିବେ ନା ସେ ବୁଝିବେ ଚାଷୀ ଙ୍କ ଦୁଃଖ।କଣ ପାଇଁ ଏ ଗୃହ ରେ ମୁଲତବୀ ପ୍ରସ୍ତାବ ଆଗତ ହେଉଛି, ଖୋଦ୍ ମନ୍ତ୍ରୀ ରହୁନାହାନ୍ତି ତ କିଏ ଉତ୍ତର ଦେବେ।ଯାହା ଅଧିକାରୀ ମାନେ ଲେଖିଦେବେ ତାହା ଅନ୍ୟ ମନ୍ତ୍ରୀ ମାନେ ପଢ଼ିଦେବେ , କିନ୍ତୁ କିଏ ଚାଷୀ ଙ୍କ କଥା ବୁଝିବେ। ମୁଖ୍ୟମନ୍ତ୍ରୀ ଙ୍କ କାଳିଆ ଯୋଜନା ର ଘୋଷଣା କରି ଆପଣ ମାନେ ଖୁସି କୁ ନେଇ କଟାକ୍ଷ କରି ଗୃହରେ ବାରମ୍ବାର ମିମିକ୍ରି କରି ମୁଖ୍ୟମନ୍ତ୍ରୀ ଙ୍କୁ ଚାଷୀ ଙ୍କ ବେଦନା ସମ୍ବନ୍ଧରେ ଆକ୍ଷେପ କରିଛନ୍ତି ତାରା।ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା କରି ଖାଲି ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସତ, କିନ୍ତୁ ଆଖିରୁ ଲୁହ ନାହିଁ।ଗଣତନ୍ତ୍ରକୁ ରକ୍ଷା ସାଙ୍ଗକୁ ଗୃହରେ ମିଥ୍ୟା ଉତ୍ତର ରଖନ୍ତୁ ନି ନଚେତ୍ ଭଗବାନ କେବେ କ୍ଷମା ଦେବେନି।