ଅପରାଧ

୪ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ହିମାଚଳ ପୁଲିସ

ସିମଲା: ହିମାଞ୍ଚଳ ପ୍ରଦେଶର କୁଲୁ ଜିଲ୍ଲାରୁ ୪୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରାଯାଇଛି, ଏହାର ଅନ୍ତରାଷ୍ଟ୍ରୀୟ ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଡିଜି ସଞ୍ଜୟ କୁଣ୍ଡୁ ଗୁରୁବାର ସୂଚନା ଦେଇଛନ୍ତି । ଏସ ଅଧିକାରିକ ସୂଚନା ଅନୁଯାୟୀ, ସେ କହିଛନ୍ତି, ଜବତ ଡ୍ରଗ୍ସ ମଧ୍ୟରେ ୧୨୨ କେଜି ଚରସ ଓ ୨୯୫ କିଲୋର ଗଞ୍ଜେଇ ରହିଛି । ରାଜ୍ୟରେ ଜବତ ନିଶା ଦ୍ରବ୍ୟ ମଧ୍ୟରେ ଏହା ସବୁଠାରୁ ବଡ ଧରଣର ଜବତ । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି ।
କୁଣ୍ଡୁଙ୍କ ସୂଚନା ଅନୁଯାୟୀ, ବୁଧବାର ଦିନ କୁଲୁ ପୁଲିସ ସହ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଓ ବଞ୍ଜାର ପୁଲିସର ୨୭ ଜଣିଆ ଦଳ ବଞ୍ଜାର ଅଞ୍ଚଳରେ ଏକ ଚଢାଉ କରି ଏହି ଡ୍ରଗ୍ସ ଜବତ କରିଛନ୍ତି । ଘରାତଗଡ ଅଞ୍ଚଳରେ ଡ୍ରଗ୍ସ ଯୋଗାଣକାରୀ ଓ ଗ୍ରହଣକାରୀଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୧୧୧ କିଲୋର ଚରସ ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର । ଜବତ ହୋଇଥିବା ଡ୍ରଗ୍ସର ଅନ୍ତରାଷ୍ଟ୍ରୀୟ ମୂଲ୍ୟ ୩.୩୫ କୋଟି ହେବ । ଏହା ପରେ ପୁଲିସ ପକ୍ଷରୁ ସଜାହୁ ଗ୍ରାମର ଦୁଇ ସନ୍ଦିଗ୍ଧଙ୍କ ଘରେ ଚଢାଉ କରାଯାଇ ପ୍ରଥମ ଅଭିଯୁକ୍ତ ଘରୁ ୧୧.୫ କିଲୋର ଚରସ ଓ ଦୁଇଟି ଲାଇସେନ୍ସ ବିହୀନ ବନ୍ଧୁକ ଜବତ କରାଯାଇଥିବା ବେଳେ ଦ୍ୱିତୀୟ ଘରୁ ୨୯୫ କେଜି ଗଞ୍ଜେଇ ଜବତ କରାଯାଇଛି ।

Related posts

ଜରିନ୍‌ ଖାନଙ୍କ କାର ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ

Report

ଚେନ ଲୁଟିବାକୁ ଯାଇ ନିର୍ଧୁମ ଛେଚା ଖାଇଲେ ଲୁଟେରା

Report

ଗଞ୍ଜେଇ ଜବତ

Report

Leave a Comment