ବିବାହ କରିବାକୁ ଯାଉଛନ୍ତି ହ୍ରିତିକ

0

ମୁମ୍ବାଇ : ଏବେ ଚର୍ଚ୍ଚାରରେ ବଲିଉଡର ଡ୍ୟାନ୍ସିଂ ବୟ ହ୍ରିତିକ ରୋଶନ । ଖୁବ୍ ଶିଘ୍ର ସେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ୨୦୧୪ରେ ହ୍ରିତିକ ପôତୀ ସୁଜେନଙ୍କ ଠାରୁ ଆଲଗା ହୋଇଥିଲେ । କିନ୍ତୁ ବର୍ତ୍ତମାନ ହ୍ରିତିକଙ୍କୁ ଅଭିନେତ୍ରୀ ସବା ଆଜାଦଙ୍କ ସହ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ସବା ଆଜାଦ ସବୁବେଳେ ଆକ୍ଟିଭ ରହୁଥିବାର ଦେଖିବାକୁ ମଧ୍ୟ ମିଳିଥାଏ । ତାଙ୍କ ଆକାଉଣ୍ଟରେ ହ୍ରିତିକଙ୍କ ସହ ଡେଟରେ ଯାଇଥିବା ଫୋଟ ସେୟାର କରିଥିବା ଫୋଟ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ସେଥିରେ ହ୍ରିତିକ କମେଣ୍ଟ ମଧ୍ୟ ଦେଇଥିବା ଦେଖିିବାକୁ ମିଳିଥିଲା । ଏହା ଆଗରୁ ବି ହ୍ରିତିକ ସାବାଙ୍କ ଇନଷ୍ଟାରେ କମେଣ୍ଟ ଦେଇଥିବା ନଜର ଆସିଥିଲା । କିଛିଦିନ ତଳେ ଅଭିନେତ୍ରୀ ସବାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ହ୍ରିତିକଙ୍କ ପରିବାର ତାଙ୍କୁ ଖାଇବା ପଠାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ହ୍ରିତିଙ୍କ ପରିବାର ସବାଙ୍କୁ କେତେ ପସନ୍ଧ କରିଥାନ୍ତି । ତେବେ ଦୁହିଁଙ୍କ ପ୍ରମ ନୌକା ଆଗକୁ ବଢୁଥିବା ବେଳେ ସେମାନଙ୍କ ବିବାହକୁ ନେଇ ଫ୍ୟାନଙ୍କ ମନରେ କୌତୁହଳ ବଢୁଛି । ସେପଟେ ଏହି କପଲଙ୍କ ତରଫରୁ କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ ।