ଗର୍ଲଫ୍ରେଣ୍ଡକୁ ଅସାଧାରଣ ବ୍ୟକ୍ତି କହିଲେ ହ୍ରିତିକ୍

ଆଜିକାଲି ହ୍ରିତିକ ରୋଶନ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ।

0

(ମୁମ୍ବାଇ) : ଆଜିକାଲି ହ୍ରିତିକ ରୋଶନ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ। ସବା ଏବଂ ହ୍ରିତିକ୍ ପ୍ରାୟତଃ ଏକାଠି ସମୟ ବିତାଉଥିବାର ନଜର ଆସୁଛନ୍ତି। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ସବା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ବଙ୍ଗାଳୀ ଗୀତ ଗାଉଥିବାର ନଜର ଆସିଛନ୍ତି। ସବା ଏହି ଗୀତ ସେତେବେଳେ ଗାଇଥିଲେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ସବାଙ୍କ ଗୀତ ଶୁଣି ହ୍ରିତିକ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ଭିଡିଓ ସେୟାର କରି ସବା ଲେଖିଛନ୍ତି – ମୁଁ ଘରେ ଅସୁସ୍ଥ, ଗୀତ ଗାଇବା ବ୍ୟତୀତ ଅନ୍ୟ କିଛି କରିବାର ଶକ୍ତି ନାହିଁ। ମୁଁ ଯେତେବେଳେ ଛୋଟ ଥିଲି, ମୋର ବାପା-ମା କ୍ଲାସିକ୍ ରେ ଫିଲ୍ମର କ୍ୟାସେଟ୍ ଟେପ୍ ଏବଂ ସାଉଣ୍ଡଟ୍ରାକ୍ ଆଣିଥିଲେ। ଯାହା ପରେ ଆମେ ଫେଷ୍ଟିଭାଲରେ ଫିଲ୍ମ ଦେଖୁଥିଲୁ। ସେତେବେଳେ ମୁଁ ବଙ୍ଗଳାକୁ ଆଦୌ ବୁଝିପାରୁ ନଥିଲି। ତଥାପି ଏହା ମୋର ପ୍ରିୟ କ୍ୟାସେଟ୍ ହୋଇଗଲା। ମୁଁ ପ୍ରତ୍ୟେକ ଗୀତର ଲିରିକ୍ସ ମନେରଖିଥିଲି। ହ୍ରିତିକ୍ ଲେଖିଛନ୍ତି- ଆପଣ ଜଣେ ଅସାଧାରଣ ବ୍ୟକ୍ତି।