ମୁମ୍ବାଇ : ଦଶହରାରେ ଖୁବ ଆଗେଇ ଚାଲିଛି ବିକ୍ରମ ବେଦା ଚଳଚ୍ଚିତ୍ର । ଗତ ୩୦ ସେପ୍ଟେମ୍ବରରେ ରିଲିଜ ହୋଇଥିଲା ଏହି ଚଳଚ୍ଚିତ୍ର । କହିବାକୁ ଗଲେ ଫିଲ୍ମଟିର ଏଇଟା ମଧ୍ୟବର୍ତ୍ତି ସପ୍ତାହ । ତେଣୁ ଏହି ସପ୍ତାହରେ ଫିଲ୍ମ ଜୋରସୋରରେ ଚାଲିବା ସହ ଭଲ ରେକର୍ଡ ମଧ୍ୟ କରିଛି ୬ଦିନ ଭିତରେ । ସୈଫ ଅଲି ଖାନ ଓ ହ୍ରିତିକ ରୋଶନ ଷ୍ଟାର ଆକ୍ସନ ଏଣ୍ଟରଟେନର ବୁଧବାରଦିନ ଏଥିରେ ୭.୨୫ କୋଟି ନେଟ ଯୋଡ଼େଇକରିଛନ୍ତି ।
ଗୁଜରାଟ ସର୍କିଟରେ ଦେଖିବାକୁ ଗଲେ ଏହି ମୁଭି ଭଲ ଚାଲିଛି । ହେଲେ ଉତ୍ତର ଭାରତରେ ଏହି ଫିଲ୍ମର ଚାହିଦା କମ ଥିବାର କଥା ଦେଖାଦେଇଛି । ଖାସ କରି ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପୂର୍ବ ପଞ୍ଜାବରେ ଏହି ଫିଲ୍ମକୁ ଦେଖିବାକୁ ଏତେ ଲୋକ ଯାଉନାହାନ୍ତି । ତେବେ ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାଇ ଗତ ୬ଦିନ ଭିତରେ ବିକ୍ରମ ବେଦା ୫୬କୋଟି ଟଙ୍କା ରୋଜଗାର କରିସରିଛି ।
ଅନୁମାନ କରାଯାଉଛି ପ୍ରଥମ ସପ୍ତାହ ଶେଷ ବେଳକୁ ଏହି ଫିଲ୍ମଟି ୫୬ ରୁ ୬୦ କୋଟି ଭିତରେ ରୋଜଗାର କରିବପାରିବ । ତେବେ ଆସନ୍ତା ଶୁକ୍ରବାରରେ ରିଲିଜ ହେବ ଗଡ୍ ଫାଦର ଓ ଗୁଡ ବାଏ ଚଳଚ୍ଚିତ୍ର । ତେବେ ଆଗକୁ ମନୋରଞ୍ଜନ କ୍ଷେତ୍ରରେ କମ୍ପିଟିସନ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।