ଭୁବନେଶ୍ୱର: ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ରେଡ୍ ବେଳେ ବିପୁଳ ପରିମାମର ଦେଶୀମଦ ପୋଚ ନଷ୍ଟ କରିଛି ପୋଲିସ । ବସ୍ତିର ଏକାଧିକ ଘରକୁ ଟାର୍ଗେଟ କରାଯାଇଛି ।
ଅନ୍ୟପଟେ ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ ଡିସିପି ପ୍ରତୀକ ସିଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସାଲିଆସାହିରେ ପୂର୍ବରୁ ମଧ୍ୟ ଅନେକ ଥର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ବାରମ୍ବାର ରେଡ୍ ସତ୍ତ୍ୱେ ବେଆଇନ୍ ଭାବେ ଏଠାରେ ମଦ କାରବାର ଚାଲିଛି । ତେବେ ସାଲିଆସାହିର ଗୋଟିଏ ଘର ନୁହେଁ ଏକାଧିକ ଘରେ ରେଡ୍ ପଡ଼ିଛି ।