ଗୋଟିଏ ମଞ୍ଚରେ ଠୁମକା ଲଗାଇଲେ ମିଥୁନ ଦା ଏବଂ ହେମା ମାଳିନୀ

ଲୋକପ୍ରିୟ ରିଆଲିଟି ଶୋ’ ‘ହୁନରବାଜ୍’’କୁ କରଣ ଜୋହର, ପରିଣିତି ଚୋପ୍ରା ଏବଂ ମିଥୁନ ଚକ୍ରବର୍ତ୍ତୀ ଜଜ୍ କରୁଛନ୍ତି।

0

(ମୁମ୍ବାଇ) : ଲୋକପ୍ରିୟ ରିଆଲିଟି ଶୋ’ ‘ହୁନରବାଜ୍’’କୁ କରଣ ଜୋହର, ପରିଣିତି ଚୋପ୍ରା ଏବଂ ମିଥୁନ ଚକ୍ରବର୍ତ୍ତୀ ଜଜ୍ କରୁଛନ୍ତି। ଏଥର ୱିକେଣ୍ଡରେ, ବଲିଉଡର ଡ୍ରିମ୍ ଗର୍ଲ ହେମା ମାଳିନୀ ଅତିଥି ଭାବରେ ଆସୁଛନ୍ତି। କଲର୍ସ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଏପିସୋଡର ଏକ ପ୍ରୋମୋ ଭିଡିଓ ସେୟାର କରାଯାଇଛି।

ସୂଚନାନୁଯାୟୀ ,ଯେଉଁଥିରେ ହେମା ଶୋ’ରେ ଏଣ୍ଟ୍ରି କରିୁଥିବାର ନଜର ଆସିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ହେମାଙ୍କୁ ଦେଖି ନାଚିବା ଆରମ୍ଭ କରିଛନ୍ତି। ମିଥୁନଙ୍କ ଏହି ଅନ୍ଦାଜକୁ ଦେଖି ହେମା ହସିଛନ୍ତି। ଏହା ପରେ ହେମା ଏବଂ ମିଥୁନ ଡ୍ୟାନ୍ସ କରିଛନ୍ତି। ଉଭୟଙ୍କ ଏହି ଡ୍ୟାନ୍ସ ୮୦-୯୦ ଦଶକ ସମସ୍ତଙ୍କୁ ମନେ ପକାଇଦେଇଛି। ଯେତେବେଳେ ଉଭୟ ଫିଲ୍ମରେ ଏକାଠି ଦେଖାଯାଉଥିଲେ।