ଫ୍ଲୋରିଡାରେ ତାଣ୍ଡବ ରଚିଲା ବାତ୍ୟା ‘ଇଆନ୍’

0

ଯୁକ୍ତରାଷ୍ଟ୍ର ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ଇଆନ । ଗତକାଲି ଫ୍ଲୋରିଡାର ଦକ୍ଷିଣପଶ୍ଚିମ ଉପକୂଳରେ ସ୍ଥଳଭାଗ ଛୁଇଁଛି । ବାତ୍ୟା ‘ଇଆନ୍’ର କେନ୍ଦ୍ରସ୍ଥଳ ଅପରାହ୍ଣ ୩.୦୫ରେ ଫୋର୍ଟ ମାୟାର୍ସ ନଗରୀର ପଶ୍ଚିମ ପ୍ରାନ୍ତରେ ଥିବା କେୟୋ କୋଷ୍ଟା ଦ୍ବୀପରେ ପଡ଼ିଛି। ଏ ନେଇ ‘ଦି ନ୍ୟାସ୍ନାଲ୍ ହରିକେନ୍ ସେଣ୍ଟର୍’ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୨୪୧ କିଲୋମିଟର୍ ବେଗରେ ପବନ ବୋହିବା ସହିତ ବାତ୍ୟା ‘ଇଆନ୍’ ସମଗ୍ର ଫ୍ଲୋରିଡା ଉପଦ୍ବୀପରେ ଭୟଙ୍କର କାଣ୍ଡ ରଚିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି । ଏହାର ପ୍ରଭାବରେ ବିଜୁଳି ସରବରାହରେ ବ୍ୟାଘାତ ଘଟିବାରୁ ୧.୮ ନିୟୁତ ଲୋକଙ୍କ ଘରୁ ବିଜୁଳି ଚାଲିଯାଇଛି। ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରବାହ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଯେ, ଉଭଁରି ଖେଳୁଥିବା ପାଣିରେ ବାଟଘାଟ ବୁଡ଼ିଯିବା ସହ କାର୍ ଆଦି ଯାନବାହନ ମଧ୍ୟ ବୁଡ଼ିଯାଇ ପାଣି ସୁଅରେ ଭାସିଯାଉଛି। ପବନ ମାଡ଼ରେ ସାମ୍ବାଦିକମାନେ ଉଡ଼ିଯାଉଥିବା ଓ ସମୁଦ୍ରରୁ ସାର୍କମାଛ (ହାଙ୍ଗର) ଉଠିଆସି ରାସ୍ତାଘାଟରେ ଚାଲୁଥିବାର ଦୃଶ୍ୟ ମଧ୍ୟ କେତେକ ଭିଡିଓରେ ଦେଖାଯାଉଛି। କେତେକ ସ୍ଥାନରେ ବିଜୁଳି ଟ୍ରାନ୍ସ୍ଫରର୍ମର ମଧ୍ୟ ଉଡିଯାଉଥିବା ଦେଖାଯାଉଛି। ସୂଚନା ଅନୁଯାୟୀ ଫ୍ଲୋରିଡାରେ ସ୍ଥଳଭାଗରେ ପଡ଼ିବା ପୂର୍ବରୁ ବାତ୍ୟା ‘ଇଆନ୍’ କ୍ୟୁବାକୁ ଛାରଖାର କରିପକାଇବା ସହ ଦେଶର ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମିକା କରିଦେଇଥିଲା। ସେପଟେ ରଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଖୁବ୍ ଶୀଘ୍ର ସେ ଅଂଚଳ ପରିଷ୍କାର କରାଯାଇ ପୂର୍ବପରି ଫ୍ଲୋରିଡା ସ୍ୁାଭବିକ ପରିସ୍ଥିତିକୁ ଫେରି ଆସିବ ବୋଲି ଜନସାଧାରଣଙ୍କୁ ଆଶ୍ୁସନା ଦେଇଛନ୍ତି ।