ମୁମ୍ବାଇ :ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରିବା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଆଦିଲ ରୁଦାନୀ । ଅଭିନେତ୍ରୀ ରାକ୍ଷୀ ସ୍ୱାମୀଙ୍କ ଠାରୁ ଅଲଗା ହେଲେ ବୋଲି ଘୋଷଣା କରିଥିଲେ । ଆଦିଲଙ୍କ ଜୀବନରେ ଆଉ ଜଣେ ଯୁବତୀ ଏଣ୍ଟ୍ରି ମାରିଥିବାରୁ ଆଦିଲ, ରାକ୍ଷୀଙ୍କୁ ଧୋକା ଦେଇଥିବା କହିଛନ୍ତି ରାକ୍ଷୀ । ଏଭଳି ପ୍ରତାରଣ ପରେ କ୍ଷମା ମାଗିବା ପରିବର୍ତ୍ତେ ରାକ୍ଷୀଙ୍କୁ ତାଙ୍କ ଘରକୁ ଆସି ଆଦିଲ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରାକ୍ଷୀ। ସାଧାରଣରେ କୁହାଯାଉଛି କି,ଆଦିଲ ରାକ୍ଷୀଙ୍କ ଘରକୁ ଆସିଥିବା ବେଳେ ଓସିୱାରା ପୁଲିସ ଆସି ତାଙ୍କୁ ଗିରଫ କରିଥିଲା । ଆଦିଲ ଗିରଫ ହେବା ପରେ ରାକ୍ଷୀ କହିଛନ୍ତି,ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି ।